ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ଓ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ

0 78

ରାଇକିଆ :ଠିକ ଆଜିର ଦିନ ୨ ବର୍ଷ ପୂର୍ବେ ଗତ ୧୬ ଜୁନ ୨୦୨୦ରେ ଗଲୱାନା ଘାଟିରେ ୧୬ ବିହାର ରେଜିମେଣ୍ଟ ଯବାନ ସ୍ୱର୍ଗତଃ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିଲେ । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଇକିଆ ତହସିଲଦାର ହରି ପ୍ରସାଦ ଭୋଇ, ରାଇକିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ,ଏକ୍ସ ଆର୍ମି କିଶୋର ନାୟକ, ପ୍ରଦୀପ ପ୍ରଧାନ,ସତ୍ୟ ନାରାୟଣ ପାତ୍ର,ଜୟାନନ୍ଦ ନାୟକ,ରାଇକିଆ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ସଂଯୋଜକ ସୁରଥ ନାୟକ, ଦେବିପ୍ରସାଦ ପଣ୍ଡା, ମିଖାଇଲ ନାୟକ, ପପୁ ପତି ଗୋରା ପଣ୍ଡା, ସାମନ୍ତ ଦିଗାଳ, ଉଦେଶନ ପ୍ରଧାନ ପ୍ରମୁଖ ତାଙ୍କ ଜନ୍ମିତ ଗ୍ରାମ ବିଅରପାଙ୍ଗା ଯାଇ ତାଙ୍କ ପରିବାରଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ । ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ହାତ ପାଣ୍ଠି ଦ୍ୱାରା ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । ଉକ୍ତ ପ୍ରତିମୂର୍ତ୍ତିକୁ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ ରିବନ କାଟି ଉନ୍ମୋଚନ କରିଥିଲେ ଏବଂ ମାନ୍ୟବର ସାଂସଦ ଯେଉଁ ପ୍ରତିଶୃତି ଦେଇଥିଲେ ସେ ଆଜି ତାଙ୍କ କଥା ରଖି ଥିବାରୁ ସାମନ୍ତ ସାରଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ । ଉପସ୍ଥିତ ଭଦ୍ର ବ୍ୟକ୍ତି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଅମର ରହେ ନାରା ଦେଇ ସହିଦଙ୍କ ବୀରତ୍ୱ ବିଷୟରେ ନିଜ ନିଜ ଅଭିଭାଷଣ ରଖିଥିଲେ । କନ୍ଧମାଳ ସାଂସଦଙ୍କ ଦ୍ୱାରା ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ପ୍ରଶଂସା କରି ବିଅରପାଙ୍ଗାବାସୀ ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + eight =