ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ

0 400

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୋଳାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଆଜି ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଦିନ ୧୦.୩୦ ସୁଦ୍ଧା ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିନଥିଲେ । ତେଣୁ ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ବନ୍ଦ ଥିବା ଜଣାଯାଇଥିଲା । ପରବର୍ତ୍ତି ସମୟରେ ବିଦ୍ୟାଳୟର ସଭାପତି ରଂଜନ କୁମାର ପରିଡାଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ସିଆର୍‌ସିସି ପାଖ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ହାତରେ ଶ୍ରେଣୀଗୃହର ଚାବି ପଠାଇଥିଲେ ମଧ୍ୟ କାର୍ଯ୍ୟାଳୟ ଚାବି ପଠାଇ ନ ଥିଲେ । ଫଳତଃ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇପାରିନଥିଲା । ଶିକ୍ଷକ ଓ ସଭାପତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ବିସ୍କୁଟ୍‌ ପ୍ରଦାନ କରିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କର ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା କ’ଣ ଏକ ପ୍ରହସନ ।
ଶିକ୍ଷାଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବହେଳା କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

9 − four =