ଦଶପଲ୍ଲା : ଗତକାଲି ଲଗାଣ ବର୍ଷାରେ ପୋଲ ଭୁଶୁଡିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଛି । ଗଣମାଧ୍ୟମରୁ ଖବର ପାଇବାପରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ରଥ ତୁରନ୍ତ ପଦକ୍ଷେପ ନେଇ ବ୍ୟାରିକେଡ୍ ନିର୍ମାଣ କରିବା ସଂଗେ ସଂଗେ ଯାନବାହନ ଯାତାୟତରେ ଯେମିତି କୌଣସି ବାଧା ସୃଷ୍ଟି ନ ହେବ ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ସତର୍କତା ଫଳକ ଲଗାଇବା ସହିତ ବାଲି ବସ୍ତା ଦେଇ ରାସ୍ତା ମରାମତି କରିଛନ୍ତି । ବର୍ଷା ଟିକେ କମିଲେ ଖୁବ୍ ଶୀଘ୍ର ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି । ଯାନବାହନ କିପରି ସୁରକ୍ଷିତ ଭାବରେ ଯାତାୟତ କରିପାରିବ,ସେଥିପାଇଁ ଘଟଣା ସ୍ଥଳରେ କର୍ମଚାରୀ ମାନଙ୍କୁ ମଧ୍ୟ ନିଯୁକ୍ତ କରିଥିବା ଜଣାପଡିଛି ।