କରଡିରୁ ୧୦୦ ବ୍ୟାଞ୍ଜନ ପ୍ରସ୍ତୁତ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଏସ୍‌ଆଇଏଚ୍‌ଏମ୍‌ରେ ପ୍ରଦର୍ଶନୀ

0 62

ବଲାଙ୍ଗୀର : ଗଜା ବାଉଁଶରୁ କରଡି ଓ ହେଣୁଆ ତିଆରି ହୁଏ । କରଡିରୁ ବଲାଙ୍ଗୀର ସ୍ଥିତ ଷ୍ଟେଟ୍‌ ହୋଟେଲ ଓ ମାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ମଙ୍ଗଳବାର ଦିନ ଏସ୍‌ ଆଇଏଚ୍‌ଏମ୍‌ ପରିସରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଇଣ୍ଡିଆ ବୁକ୍‌ ଅପ୍‌ ରେକର୍ଡ ବିଚାରକ ଜି ଭି ଆର୍‌ ଏସ୍‌ ଭରାପ୍ରସାଦ ଯୋଗଦାନ କରିଥିଲେ । “ଷାଠିଏ ପଉଟି ଭୋଗ ଖାଇ ଖାଇ ଲାଗୁଥିବା ତମକୁ ଚିଟା । ଚାଖି ଦେଖବ୍‌ ଥରେ କରଡି ହେଣୁଆ, ଲାଗୁଛେ ଯେ କେନତା ମିଠା ” ଗାଇଥିଲେ । କରଡିରୁ ୧୦ଯାଏ ବ୍ୟଞ୍ଜନ ପ୍ରସ୍ତୁତି ଜାଣିଥିଲୁ କିନ୍ତୁ ୧୦୦ ବ୍ୟଞ୍ଜନ ପ୍ରସ୍ତୁତି ଏସ୍‌ ଆଇଏଚ୍‌ଏମ୍‌’ର ଖୁବ୍‌ ଚମତ୍କାର ପଦକ୍ଷେପ ବୋଲି ଏ ଅବସରରେ ପଦ୍ମଶ୍ରୀ ନାଗ କହିଥିଲେ । ଏ ପଦକ୍ଷେପ ଯୋଗୁଁ କରଡି ପ୍ରସ୍ତୁତ ଖାଦ୍ୟ ଦେଶ ଓ ଦେଶ ବାହାରେ ଆଦୃତ ହେବ ବୋଲି ମତପ୍ରକାଶ କରିଥିଲେ । ଏସ୍‌ଆଇଏଚ୍‌ଏମ୍‌ ଅଧ୍ୟକ୍ଷ ସୁରେଶ ଏକନାଥ ଅଧ୍ୟାପକ ଅଧ୍ୟାପିକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କରଡି ପ୍ରସ୍ତୁତ ବ୍ୟଞ୍ଜନ ଷ୍ଟାର ହଟେଲରେ ପ୍ରମୁଖ ସ୍ଥାନ ନେବ ବୋଲି ଆଶାବ୍ୟକ୍ତ କରିଥିଲେ । ବହୁ ଲୋକ ପ୍ରଦର୍ଶନୀ ବୁଲି ଦେଖିବା ସହ କରଡିରୁ ଏତେ ପ୍ରକାର ଭଳକି ଭଳି ଖାଦ୍ୟ ପ୍ରସ୍ତୁତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମିଲେଟ୍‌ ମିଶନରେ ମାଣ୍ଡିଆ ଜାଉ’ରୁ ତିଆରି ଖାଦ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଶ୍ୱରେ ଆଦୃତ ହେଉଛି । ଯାହାକୁ ଆଗରୁ ଆଦିବାସୀଙ୍କ ଖାଦ୍ୟ ବୋଲି କୁହାଯାଉଥିଲା । ଠିକ୍‌ ସେପରି କରଡି ହେଣୁଆ ମଧ୍ୟ । ଏସ୍‌ଆଇଏଚ୍‌ଏମ୍‌ ‘ର ପଦକ୍ଷେପ କରଡିର ଲୋକପ୍ରିୟତା ବଢାଇବ ବୋଲି ଆଶା ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

8 − 4 =