ଦଶପଲ୍ଲାରେ ନାଏବ୍‌ ସରପଞ୍ଚ ରାଜନୀତି, ଚାଲିଛି ଘୋଡ଼ା ବେପାର !

0 279

ଦଶପଲ୍ଲା : ନାଏବ ସରପଞ୍ଚ ପଦବୀକୁ ନେଇ ଦଶପଲ୍ଲାର ୨୦ ଟି ପଞ୍ଚାୟତ ଚଳ ଚଞ୍ଚଳ ହୋଇଉଠିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ସମସ୍ତ ପଞ୍ଚାୟତରେ ନାଏବ ସରପଞ୍ଚ ଲାଗି ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ । ୱାର୍ଡ଼ସଭ୍ୟମାନେ ନାଏବ ସରପଞ୍ଚ ବାଛିବେ । ସମସ୍ତ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଭୋଟ ନିର୍ଣ୍ଣାୟକ ରହିବ ବୋଲି ଚର୍ଚ୍ଚା ଚାଲିଛି । ଏଥପାଇଁ ବିଭିନ୍ନ ପଞ୍ଚାୟତରେ ଜୋର ସୋର୍‌ ଅଙ୍କ କଷା ଚାଲିଛି । ଇତି ମଧ୍ୟରେ ବିଭିନ୍ନ ପଞ୍ଚାୟତ ନାଏବ ସରପଞ୍ଚ ପଦବୀ ପାଇଁ ଶାସକ ବିଜେଡି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳୁଛି । ୱାର୍ଡସଭ୍ୟଙ୍କୁ ନିଜ ସପକ୍ଷରେ ମତଦାନ କରିବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଘୋଡା ବେପାର ତୀବ୍ରତର ହେଉଥିବା ଦେଖିବାକୁ ମିଳିଲାଣି । ବିଶେଷ କରି ୱାର୍ଡ ସଭ୍ୟଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଦୁଇ ଗୋଷ୍ଠୀ ପ୍ରତ୍ୟେକ ୱାର୍ଡ ସଭ୍ୟଙ୍କୁ ୧୦ ରୁ ୫୦ ହଜାର ଟଙ୍କାର ପ୍ରଲୋଭନ ଦିଆଯାଉଥିବା ଶୁଣିବାକୁ ମିଳୁଅଛି । ଆସନ୍ତାକାଲି ନିର୍ବାଚନରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ପୋଲିସର ସହାୟତା ନିଆଯିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଲାଣି । ସୂଚନାଯୋଗ୍ୟ ଯେ ସରପଞ୍ଚ କୌଣସି କାରଣରୁ ବରଖାସ୍ତ ହେଲେ ନାଏବ ସରପଞ୍ଚମାନେ କାର୍ଯ୍ୟ ତୁଲାଇଥାନ୍ତି ।

hiranchal ad1
Leave A Reply

Your email address will not be published.

eighteen − 9 =