ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେମିତି ଦିଆଯିବ ମାର୍କ

0 153

୨୦୨୨ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଆସନ୍ତା ଅପ୍ରେଲ ୨୯ ତାରିଖରୁ ହେବ । ଏହା ଆସନ୍ତା ମଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରେଣୀ ଗୃହରେ ଶାରୀରିକ ଭାବେ (ଅଫଲାଇନ)ରେ ସକାଳ ୮ଟାରୁ ପରୀକ୍ଷା ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଅପ୍ରେଲ ଶେଷ ସପ୍ତାହରେ ସମ୍ମେଟିଭ୍‌ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ଏହା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏହି ପରୀକ୍ଷା ଗୁଡିକ ନିଜ ସ୍କୁଲରେ ହେବ । କିନ୍ତୁ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ । ଯଦି କୌଣସି ସ୍କୁଲରେ ସମ୍ମେଟିଭ-୨ ପରୀକ୍ଷା ପାଇଁ ସୁବିଧା ନଥାଏ । ତେବେ ତାହାକୁ ନିକଟବର୍ତ୍ତୀ ସ୍କୁଲରେ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୩ଟି ପଦ୍ଧତିରେ ପରୀକ୍ଷାଫଳ ନିର୍ଦ୍ଧାରଣ ହେବ । ପ୍ରଥମ ପଦ୍ଧତି ଅନୁଯାୟୀ ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ ଆସେସମେଣ୍ଟ ୨ଗୁଣା ମାର୍କ ରହିବ । ଦ୍ୱିତୀୟ ପଦ୍ଧତି ଅନୁଯାୟୀ ସମ୍ମେଟିଭ୍‌-୨ର ୨ଗୁଣା ମାର୍କ କରି ହିସାବ କରାଯିବ । ଦ୍ୱିତୀୟ ପଦ୍ଧତି ଅନୁଯାୟୀ ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍‌-୧ରୁ ୩୦% ଓ ସମ୍ମେଟିଭ୍‌-୨ରୁ ୫୦% ମାର୍କ ନିଆଯାଇ ମାର୍କିଂ କରାଯିବ । ୩ଟି ପଦ୍ଧତି ମଧ୍ୟରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀମାନେ ସର୍ବାଧିକ ମାର୍କ ରଖିପାରିବେ ତାହାକୁ ମାଟ୍ରିକ୍‌ ପରୀକ୍ଷାରେ ଉତୀର୍ଣ୍ଣ ପାଇଁ ଚୂଡାନ୍ତ ଭାବେ ନିଆଯିବ । ଚଳିତ ବର୍ଷ ପ୍ରାୟ ସାଢେ ୬ଲକ୍ଷ ପିଲା ମାଟିକ୍‌ ପରୀକ୍ଷା ଦେବେ । ମହାମାରୀ କରୋନା ପାଇଁ ବିଗତ ୨ବର୍ଷ ଧରି ଯେଉଁ ସମସ୍ୟା ଉପୁଜିଥିଲା । ତାହା ଚଳିତ ମାଟ୍ରିକ୍‌ ପରୀକ୍ଷା ବେଳକୁ ଆଉ ଉପୁଜିବ ନାହିଁ ବୋଲି ଆଶା କରାଯାଉଛି ।

hiring

hiranchal ad1
Leave A Reply

Your email address will not be published.

fifteen + nine =