ପ୍ରକାଶ ପାଇଲା ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର କାର୍ଯ୍ୟସୂଚୀ

0 279

ଦଶପଲ୍ଲା : ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ୨୦୨୨ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଶ୍ରୀଶ୍ରୀରଘୁନାଥ ଜୀଉ ଲଙ୍କାପୋଡି ଯାତ୍ରା କମିଟି ତରଫରୁ ଆୟୋଜିତ ଉତ୍ସବର ଆଦ୍ୟପର୍ବ ୧୦ ଏପ୍ରିଲରେ ଶ୍ରୀରାମଜନ୍ମ , ୧୧ରେ ଜାଗରକ୍ଷା, ଧନୁଭଗ୍ନ, ବିବାହ ଓ ପର୍ଶୁରାମ ଭେଟ, ୧୨ରେ ଗଣ୍ଡାବଧ, ୧୩ରେ ଶ୍ରୀରାମ ବନବାସ ଓ ଭରତ ମିଳନ, ୧୪ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୫ ଏପ୍ରିଲ ବିରାୟୁଧ ବଧ, ବେଢ଼ା ପରିକ୍ରମା ଓ ସୀତାହରଣ, ୧୬ରେ ରାମବିଳାପ , ବାଳିବଧ, ସୁଗ୍ରୀବ ଅଭିଷେକ, ୧୭ ଏପ୍ରିଲ ସୀତାଠାବ, ୧୮ ଏପ୍ରିଲ କୁମ୍ଭକର୍ଣ୍ଣବଧ, ନାଗଫାସ ବନ୍ଧନ, ଦ୍ୱିତୀୟ ଗଡ଼ବେଢ଼, ୧୯ ଏପ୍ରିଲ ମୁଖ୍ୟ ଉତ୍ସବ ରାବଣବଧ ଏବଂ ଲଙ୍କାପୋଡି ଯାତ୍ରା , ଅନ୍ତିମ ଦିବସ ୨୦ ଏପ୍ରିଲ ଶ୍ରୀରାମ ଅଭିଷେକ ହେବ ବୋଲି ଯାତ୍ରକମିଟି ସମ୍ପାଦକ ପରେଶ କୁମାର ସିଂହ ସୂଚନା ଦେଇଛନ୍ତି । ପରବର୍ତ୍ତୀ ତିନିଦିନ କୂଆଁରିଆ ମହୋତ୍ସବ ପୂର୍ବବର୍ଷ ଭଳି ପାଳିତ ହେବାର ଯୋଜନା ରହିଛି ।

hiranchal ad1
Leave A Reply

Your email address will not be published.

3 × 3 =