ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣକୁ ପୁରୀ ଜିଲ୍ଲା ଓକିଲ ସଂଘର ବିରୋଧ, କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ

0 66

ପୁରୀ : ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଜାରି ରହିଥିବାରୁ ଗତକାଲି ଏତଲା ପରେ ଆଜି ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ପ୍ରତିବାଦ ଓକିଲ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖ ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ହେବ ବିଶ୍ୱ ଐତିହ୍ୟ ସହର । ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ୱତନ୍ତ୍ର ବ୍ୟବସ୍ଥା । ଗତବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଗାମୀ ଦେଢବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ୱ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଶ୍ରୀମନ୍ଦିର ୧୦୦ ମିଟର ପରିଧି ମଧ୍ୟରେ ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ଆଜି ଓକିଲ ସଂଘର କର୍ମକର୍ତ୍ତା ମାନେ କଳାବ୍ୟାଚ ପରିଧାନ କରି ଦିନିକିଆ ଧର୍ମଘଟ କରିଛନ୍ତି । ପୂର୍ବରୁ ସିଂହଦ୍ୱାର,ପଶ୍ଚିମ ଦ୍ୱାର ଓ ଦକ୍ଷିଣ ଦ୍ୱାରରେ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଯାତ୍ରୀଙ୍କ ପାଇଁ ଶୌଚାଳୟ, କ୍ଲୋକ ରୁମ୍‌, ଫାଷ୍ଟ ଏଡ ପାଇଁ ୧୦ରୁ ୨୦ଫୁଟ ଖୋଳି ସ୍ଥାୟୀ ନିର୍ମାଣ କରିବା ବେଆଇନ ବୋଲି ଜିଲ୍ଲା ଓକିଲ ସଂଘ କହିଛି ।

hiranchal ad1
Leave A Reply

Your email address will not be published.

seventeen − 15 =