ପୁଣି ପାଦେ ଆଗେଇଲା,ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ

0 322

ଦଶପଲ୍ଲା : ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ଏବଂ ଖୋର୍ଦ୍ଧା ରୋଡ୍‌ ବାଇପାସ୍‌ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ କାର୍ଯ୍ୟକ୍ଷମ ପୂର୍ବରୁ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରାଯିବ । ଏହି ରେଳ ପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି । ଏହାସହ ଟ୍ରେନ ଯାତାୟାତ ସୁବିଧା ପାଇଁ ଖୋର୍ଦ୍ଧା ରୋଡ୍‌ ଠାରେ ବାଇପାସ୍‌ ଲାଇନର ମଧ୍ୟ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ) ମାର୍ଚ୍ଚ ୨୩ରେ ମହୀପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩.୨୫୦ କିଲୋମିଟର ଦୈ÷ର୍ଘ୍ୟ ରେଳ ଲାଇନର ସୁରକ୍ଷା କାର୍ଯ୍ୟ ଯାଞ୍ଚ କରିବେ । ସେହିଭଳି ମାର୍ଚ୍ଚ ୨୪ରେ ଖୋର୍ଦ୍ଧା ରୋଡ୍‌ ଠାରେ ବାଇପାସ୍‌ ଲାଇନର ସୁରକ୍ଷା କାର୍ଯ୍ୟ ମଧ୍ୟ ଯାଞ୍ଚ କରାଯିବ । ନୂତନ ରେଳ ଲାଇନରେ ଥିବା ସମସ୍ତ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ ହେବା ପରେ ଏହି ଲାଇନରେ ଟ୍ରେନ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ । ଏହାକୁ ଦୃଷ୍ଟିରେ ରଖି ଏହି ରେଳ ମାର୍ଗରେ ବୁଧବାର ଦିନ ନୟାଗଡ଼ ଟାଉନ୍‌-ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରାଯାଇଛି ।

hiranchal ad1
Leave A Reply

Your email address will not be published.

14 − 5 =