ଉପରମୁଣ୍ଡରୁ ବନ୍ୟାଜଳ ହଠାତ ମାଡ଼ି ଆସିବାରୁ ହୀରାକୁଦର ସ୍ଥିତି ଚିନ୍ତାଜନକ

0 251

ସମ୍ବଲପୁର:ଉପରମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ନିଷ୍କାସନ ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହଠାତ ତୀବ୍ରତାର ସହ ବୃଦ୍ଧିପାଇଛି ଓ ସେହି ଅନୁରୂପେ ମହାନଦୀର ଜଳ ମଧ୍ୟ ନିଷ୍କାସିତ ହେଉଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେତେବେଳେ ଜଳସ୍ତର ୬୧୫.୮୯ ଫୁଟ ରେକର୍ଡ କରାଯାଇଥିଲା ଓ ସେହି ସମୟରେ ଜଳଭଣ୍ଡାର ଭିତରକୁ ଉପର ମୁଣ୍ଡରୁ ୩ଲକ୍ଷ ୭୭ ହଜାର ୩୧୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିଲା । ତ୍ୱରିତ ବେଗରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ୨୦ ସ୍ଲୁଇସଗେଟ ଖୋଲି ୩ଲକ୍ଷ ୩୦ହଜାର ୮୯୯ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ନିଷ୍କାସିତ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ଶୋଇଛନ୍ତି । ଏହି କିଛି ସମୟ ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୯ଟା ସମୟରେ ଏହି ଜଳଭଣ୍ଡାର ଭିତରକୁ ୪ଲକ୍ଷ ୨୧ ହଜାର ୫୮୯ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ପ୍ରବେଶ କରୁଥିଲା ଓ ଜଳସ୍ତରରେ ଦୃତ ଗତିରେ ଅଭିବୃଦ୍ଧି ଦେଖାଯାଉଥିଲା, ଯାହାକି ଅଧିକରୁ ଅଧିକ ଜଳରାଶି ନିଷ୍କାସନ ପାଇଁ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଛି । ପୂର୍ବରୁ ନିର୍ଦ୍ଧାରିତ ରୁଲକର୍ଭ ଅନୁସାରେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫ଫୁଟ ରହିବା କଥା, କିନ୍ତୁ ଏହା ହଠାତ ବଢ଼ି ବଢ଼ି ଯାଉଛି ।

hiranchal ad1
Leave A Reply

Your email address will not be published.

four × 1 =