ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ ୫-ଟି ରେ ସାମିଲ

0 173

ସୁବର୍ଣ୍ଣପୁର : ଗତକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୫୩୨ ଟି ହାଇସ୍କୁଲ ୫-ଟି ଉପକ୍ରମରେ ରୂପାନ୍ତରଣ କରାଯାଇଥିବାରୁ ଏହାକୁ ଭର୍ଚୁୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସ ରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ ଲୋକାର୍ପଣ କରାଯାଇଛି । ବିନିକା ବ୍ଲକ କର୍ତ୍ତଙ୍ଗ ହାଇସ୍କୁଲଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅର୍ଥ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ । ବିନିକା ହାଇସ୍କୁଲର ଛାତ୍ରୀ ମୌସୁମୀ ପଧାନ ଭିଡିଓ କନଫରେନ୍ସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସହ କଥା ହେବା ସହିତ ୫-ଟି ସ୍କୁଲର ଉପକାରିତା ବିଷୟରେ କହିଥିଲେ । ଏହି ସ୍କୁଲ ଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ବ୍ଲାକବୋର୍ଡ,ଇ-ଲାଇବ୍ରେରୀ, ଇଣ୍ଟରନେଟ ସୁବିଧା, ବିଜ୍ଞାନ ଗାର, ଖେଳ ପଡିଆର ଉନ୍ନତି କରଣ ଓ ଆବଶ୍ୟକ ଖେଳ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ସ୍କୁଲ ପଟ୍ଟା, ସ୍କୁଲକୁ ରାସ୍ତା ଏବଂ ସ୍କୁଲ ପରିସର ସୌନ୍ଦର୍ଯ୍ୟକରଣ ଆଦିର ବ୍ୟବସ୍ତା ରହିଛି । ଏହି ସ୍କୁଲ ଗୁଡିକର ୫-ଟିରେ ପରିଣତ କରି ଉନ୍ନତିକରଣ ହୋଇଥିବାରୁ ଛାତ୍ର ଛାତ୍ରୀ ତାଙ୍କର ଆଗାମୀ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି ଖୁସି ଅନୁଭବ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣୀ ପଟେଲ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ବିନିକା ବ୍ଲକ ଅଧ୍ୟକ୍ଷ ଦିପ୍ତୀରେଖା ନନ୍ଦ, ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ସ୍ଥାନୀୟ ବିଡ଼ିଓ ବ୍ୟାସଦେବ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ସମସ୍ତ ତହସିଲଦାର ଏବଂ ଅଞ୍ଚଳର ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven + 2 =