ତେଲଗୁ ନବବର୍ଷ ଉଗାଦି ମହୋତ୍ସବ -୨୦୨୨ ପାଳିତ

0 229

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି । ବି.ସତ୍ୟ ନାରାୟଣ ରାଓଙ୍କ ସଂଯୋଜନାରେ ଆରଧ୍ୟା ଦେବୀ ବୁଢିମା ଠାକୁରାଣୀଙ୍କ ପାରମ୍ପରିକ ଚୈତ୍ରପୂଜା ଓ ଆରଧନା ହୋଇଥିବାବେଳେ ମହିଳା ଓ ଶିଶୁଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉଗାଦି ପର୍ବର ସମାବର୍ତ୍ତନ ସମାରୋହରେ ବୁଢିମା ଯୁବକ ସଂଘର ସଭାପତି ଦିଲୀପ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ନୂତନ ମନ୍ଦିର ନିର୍ମାଣ କମିଟି ମୁଖ୍ୟ ସହଦେବ ପାତ୍ର ଓ ସଂପ୍ରଦାୟ ମୁଖ୍ୟ ନାରାୟଣ ପାତ୍ର ଓ ସମାଜସେବୀ ତଥା ପୂର୍ବତନ କାଉନସିଲର ଜନ୍ମେଜୟ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ତେଲୁଗୁ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିବାବେଳେ ଆଜିର ଚୈତ୍ର ଶୁକ୍ଲ ପ୍ରତିପଦା ତିଥିକୁ ଉଗାଦି ପର୍ବ ଭାବେ ପାଳନକରି ଆସୁଥିବା ପରମ୍ପରା ଉତ୍ତରପୀଢିକୁ ସଂସ୍କୃତି କ୍ଷେତ୍ରରେ ସଚେତନ କରୁଛି ବୋଲି କହିଛନ୍ତି । ଏ ଉପଲକ୍ଷେ ଆୟୋଜିତ ହୋଇଥିବା କିଛି ପ୍ରତିଯୋଗିତାରେ ଜୁନିଅର ବର୍ଗର ମ୍ୟୁଜିକ ଚେୟାରରେ କେ. ସାଇପ୍ରସାଦ,ବିଶ୍ୱାସ ପାତ୍ର, ସିନିଅର ରେ ଜ୍ୟୋତି ପାତ୍ର, ଗାୟତ୍ରୀ ପାତ୍ର, ଡ୍ରଇଂରେ ପିଙ୍କି ରାଓ, ଦେବିକା ପାତ୍ର, ବି.ଆଦିତ୍ୟ ପାତ୍ର, ଝୋଟିରେ ସଙ୍ଗିତା ପାତ୍ର, ସ୍ୱାତି ପାତ୍ର, ଏମ୍‌ ଶ୍ରୀଦେବୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । ସେହିପରି ନୃତ୍ୟ ସୋଲୋରେ ବି. ଦକ୍ଷୀତା, ଦେବିକା ପାତ୍ର, ବି. ସଂଜନା ଓ ସାଥି ପ୍ରଥମ ଓ ଆୟୁଷ୍ମାନ୍‌ ଓ ସାଥି ଦ୍ୱିତୀୟ ଓ ଗୀତରେ ଲାବଣ୍ୟା ଓ ସାଥି । ସେହିପରି ଉଦଘୋଷିକା ଭାବରେ ସଙ୍ଗୀତା ପାତ୍ର ଓ ଲାବଣ୍ୟା ପାତ୍ର କାର୍ଯ୍ୟ ତୁଳାଇଥିଲେ । ଶେଷରେ ଶ୍ୟାମସୁନ୍ଦର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ରେ ଆନନ୍ଦ ପାତ୍ର, ଅକ୍ଷୟ ପାତ୍ର, ଅରକ୍ଷିତ ପାତ୍ର, ରାଜକିଶୋର ରାଓ , ଲୁଲୁ ପାତ୍ର, କୈଳାସ ପାତ୍ର ସ୍ୱାଗତ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × five =