ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

0 73

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବହାଲ ଗ୍ରାମର ଦିବ୍ୟ ଜଗଦଲାଙ୍କ ପୁଅ ଇସନ୍‌ (୩)ଙ୍କ ପେଟର ନାଭିଟି ଫୁଲି ରହୁଛି, ରକ୍ତ ପଡ଼ୁଚି ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ହେଲେ ଡାକ୍ତର ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେଇ ସାତଦିନ ଅବଜରଭେସନରେ ରଖିଛନ୍ତି । ଏକଥା ଜାଣିବାପରେ ପଶ୍ଚିମ ଓଡିଶା ଯୁବ ମଞ୍ଚର ବରିଷ୍ଠ କର୍ମକର୍ତ୍ତା ମନୋଜ ପଣ୍ଡା, ରଶ୍ମି ରଂଜନ ବାବୁ , ଦେବଦତ୍ତ ପ୍ରଧାନ ପ୍ରମୁଖ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପରାମର୍ଶ ନେଇ ଆଗକୁ ଇସନ କିପରି ଭଲ ଭାଗେ ଚିକିତ୍ସା ପାଇପାରିବ ସେ ବିଷୟରେ କଥାବାର୍ତ୍ତା ହୋଇ ଯଦି ଦରକାରପଡେ ତାହେଲେ ତାକୁ କଟକର ଶିଶୁଭବନରେ ଭର୍ତ୍ତି କରି ଅସ୍ତ୍ରୋପଚାର କରାଇବା ଉପରେ ଯାହା ସୁବିଧା ସରକାରୀ ଭାବେ କରାଯାଇ ପାରିବ ସେ ବିଷୟରେ ପ୍ରତିଶ୍ରୁତି ପାଇଥିବାର ଇସନର ବାପା କହିଛନ୍ତି । ଯଦି ଦରକାର ପଡେ ଆଗକୁ ଇସନର ସମସ୍ତ ଚିକିତ୍ସା ଖର୍ଚ୍ଚ ସେମାନେ ଯୋଗାଇଦେବେ ବୋଲି ଯୁବାମଞ୍ଚର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × two =