କପୁକୁଚା ଗ୍ରାମରେ ଜଳକଷ୍ଟ, ଅଧ କି.ମି. ଦୂରକୁ ଯାଇ ଆଣୁଛନ୍ତି ପାଣି

0 67

ବାଲିଗୁଡା : ବାଲିଗୁଡା ଉପଖଣ୍ଡ ଆଦିବାସୀ ବହୁଳ ଅଂଚଳ । ଏହି ଅଂଚଳର ବିକାଶ ନିମନ୍ତେ ଓ ଲୋକଙ୍କ ଉପକାର ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଏଥିପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ଆଜିବ ବହୁ ଲୋକ ମୌଳିକ ସମସ୍ୟାରୁ ବଂଚିତ ହେଉଛନ୍ତି । ନା ଅଛି ପାନୀୟ ଜଳ, ନା ଅଛି ବିଜୁଳିି, ନା ଭଲ ରାସ୍ତା । ଏହିଭଳି ଏକ ଗ୍ରାମ ରହିଅଛି ଯେଉଁଠି ପାନୀୟ ଜଳ ସାତସପନ । ପାନୀୟ ଜଳ କଣ ଜାଣି ନାହାନ୍ତି । ଏହି ଭଳି ଗୋଟିଏ କିମ୍ବା ଦୁଇଟି ଗ୍ରାମ ନୁହଁ ଅନେକ ଗାଁ ରହିଅଛି । ବାଲିଗୁଡା ବ୍ଲକର ଖମନଖୋଲ ପଂଚାୟତର କପୁକୁଚା ଗ୍ରାବବାସୀ ନାହଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମବାସୀ ମାନେ ପିଇବା ପାଣି ପାଇଁ ଅଧକିମି ରାସ୍ତାରୁ ଅଧିକା ବାଟ ଚାଲିଚାଲି ଗଲେ ମିଳୁଛି ପାଣି । ଏହି ଗ୍ରାମଟି ପାହାଡ ପର୍ବତ ଘେରା ଗ୍ରାମରେ ନଳକୂପ କିମ୍ବା କୂପ ନଥିବା ହେତୁ ଗ୍ରାମବାସୀ ମାନେ ବାଧ୍ୟହୋଇ ଗାଁ ଠାରୁ ଅଧକିମି ଦୂରରେ ଏକ ନାଳ ଯାଇଛି ସେହି ନାଳ ନିକଟରେ ଏକ ଚୁଆଁ ଖୋଳି ସେଠାରେ ଏକ କୁଣ୍ଡ କରି ସେଠାରୁ ପାଣି ଆଣୁଛନ୍ତି । ନାଳଟି ପଥର ରାସ୍ତା ଦେଇ୍‌୍‌ ଯାଇଛି । ଯାହାକି ପାହାଡିଆ ଓ ପଥୁରିଆ ରାସ୍ତା ଦେଇ ତଳକୁ ଓଲ୍ଲାଇବା ପରେ ସେହି ଚୁଆଁଟି ପଡୁଛି । ପଥର ଦେଇ ଧିରେଧିରେ ତଳକୁ ଖସିବା ପରେ ଜଣେ ମହିଳା ପାଣି ପାଖରେ ରହି କଂସା କିମ୍ବା ମଗ ଓ ତାଟିଆରେ ପାଣି ଚୁଆଁରୁ କାଡି ବାଲଟିି କିମ୍ବା ମାଠିଆରେ ଭର୍ତି କରିବା ପରେ ଟିକିଏ ଉପରେ ଥିବା ମହିଳା ସେହି ଭର୍ତ୍ତି ହୋଇଥିବା ବାଲଟିକୁ ଉପରକୁ ଆଣିବାପରେ ଆଉ ଏକ ମାଠିଆ ପାଣି ଭର୍ତ୍ତି ହୁଏ ଆଉ ଗୋଟାଏ ମାଠିଆ ଫୁଲ କର୍‌ନ୍ତି । ପାଣି ମାଠିଆ ,ବାଲଟିରେ ଫୁଲ ହୋଇଗଲା ପରେ ତାକୁ ମୁଣ୍ଡରେ ମାଠିଆ ଓ ହାତରେ ବାଲଟି ଧରି ପଥୁରିଆ ରାସ୍ତା ଚଢି ଚଲାରାସ୍ତାରେ ଯାଇ ଘରେ ପହଁଚନ୍ତି । ଏହା ସେମାନଙ୍କର ନିତି ଦିନିଆ କାମ । ଗାଁରେ ମାତ୍ର ଗୋଟିଏ ଚୁଆଁ ଓ ନାଳ । ଏହି ନାଳ ଉପରେ ଗାଁ ଲୋକେ ସବୁ କାର୍ଯ୍ୟପାଇଁ ନିର୍ଭର କରିଥାନ୍ତି ତତ୍‌ ସହିତ ଗାଁ ଗାଈଗୋରୁ,ପଶୁପକ୍ଷୀ ମଧ୍ୟ ଏହି ନାଳରେ ଭରସା କରନ୍ତି । ଗାଁରେ ଗୋଟିଏ ନଳକୂପ ଖୋଳାଯାଇଥିଲା ତାହା ୨୦୦୦ମସିହା ପୂର୍ବରୁ ବୋଲି ଗାଁ ଲୋକେ କହୁଛନ୍ତି,କିନ୍ତୁ ଏହି ନଳକୂପ ଅଚଳ ହୋଇପଡିଛି ଓ ଏହି ଗାଁରେ ୬୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି ।ଏହି ନାଳ ପାଣି ହିଁ ଭରସା ଗାଁ ପାଇଁ କିନ୍ତୁ ଏହି ଦୂଷିତ ପାଣି ପିଇ ନାନାଦି ରୋଗରେ ପଡୁଥିବା ଗାଁ ଲୋକେ କୁହନ୍ତି । ଗାଁରେ ଅତିଶୀଘ୍ର ପାନୀୟ ଜଳ କିମ୍ବା ନଳକୂପ ଖୋଳିବା ପାଇଁ ମିଥୁନ ମଳିକ, ସିଦ୍ଦାନ୍ତ ମଳିକ, ମାନସ ମଳିକ, ବେତେନ୍ଦ ମଳିକ, ଉଗ୍ରେସେନ ମଳିକ ଓ ଅନ୍ୟଗ୍ରାମବାସୀ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 2 =