ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବାଘ ମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍ ସାମଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ,ଗହମ ଆଦି ରାସନ୍ ସାମଗ୍ରୀ ପାଇଁ ବାଘୁମୁଣ୍ଡା ପଞ୍ଚାୟତକୁ ଯିବାକୁ ପଡୁଥିଲା । ସରକାର ପଞ୍ଚାୟତ ଦୂରତାକୁ ଦୃଷ୍ଟି ରଖି ନୂତନ ପଞ୍ଚାୟତ ଗଠନ କରିଛନ୍ତି । ହେଲେ ୨୦୧୭ ମସିହାରେ ନୂତନ ପଞ୍ଚାୟତ ଚଙ୍ଗରିଆ ଗଠନ ହୋଇ ୫ ବର୍ଷ ବିତିଯାଇଥିଲେ ମଧ୍ୟ, ପଞ୍ଚାୟତର ସାଧାରଣ ଲୋକେ ସେହି ପୁରୁଣା ବାଘମୁଣ୍ଡ ପଞ୍ଚାୟତ ଉପରେ ନିର୍ଭର କରି ପ୍ରାୟ ୧୦ କିମି ଦୂର ରାସ୍ତା ଯାଇ ଚାଉଳ ଗହମ ଆଦି ରାସନ୍ ସାମଗ୍ରୀ ଆଣୁଥିଲେ । ଯାହାଫଳରେ ବହୁ ହିତାଧିକାରୀ ଏବଂ ବିଶେଷ କରି ବୃଦ୍ଧବୃଦ୍ଧାମାନେ ବହୁ ହଇରାଣ ହରକତ ହେଉଥିଲେ । ଚଳିତବର୍ଷ ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ସମୟରେ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶିଲ କୁମାର ଗୁରୁ ମୁଁ ବିଜୟ ଲାଭ କଲେ ଆମ ନୂତନ ଚଙ୍ଗରିଆ ପଞ୍ଚାୟତରେ ଚାଉଳ ଗହମ ମିଳିବା ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ଗୁରୁ ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ପଞ୍ଚାୟତରେ ଚାଉଳ ମିଳିବ ବୋଲି ଦେଇଥିବା ପ୍ରତିଶୃତି ଆଜି ସଫଳ ହୋଇଛି । ହିତାଧିକାରୀ ମାନେ ନିଜ ନୂତନ ପଞ୍ଚାୟତ ଚଙ୍ଗରିଆ କାର୍ଯ୍ୟଳୟରେ ଚାଉଳ ଗହମ ପାଇ ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁଙ୍କୁ ହିତାଧିକାରୀମାନେ କହିଛନ୍ତି “ଦାଦା ୫ ବର୍ଷ ବିତିଗଲା ଆମେ ବାଘମୁଣ୍ଡ କେ ୧୦ କିଲୋମିଟର ରାସ୍ତା ଯିବାକେ ପଡୁଥିଲା, ଖରାବର୍ଷା ଶୀତ କାକରରେ ବଢ଼ା କଷ୍ଟେ ଚାଉଳ ଗହମ ଆଣୁ ଥିଲୁ ଆମେ ନିଜର ପଞ୍ଚାୟତ ହେଲା ନାଇଁ ପାଇ ଇ ଥର ଗାଁରେ ଚାଉଳ ଗହମ ପାଇ ଆମେ ବେଶ୍ ଖୁସି’ । ସରପଞ୍ଚଙ୍କ ଏପରି ଉଦ୍ୟମ ଓ ପ୍ରାୟସକୁ ହିତାଧିକାରୀମାନେ ସାଧୁବାଦ ଜଣାଇବା ଆଗକୁ ପଞ୍ଚାୟତରେ ଆହୁରି ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ଆଶ ରଖିଛନ୍ତି । ପଞ୍ଚାୟତ ରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ଆଦି ସମସ୍ୟାର ସମାଧାନ ଧିରେଧିରେ ହେବ ବୋଲି ସରପଞ୍ଚ ଶ୍ରୀ ଗୁରୁ ମତପ୍ରକାଶ କରିଛନ୍ତି ।