ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,ଗେଟରେ ପକାଇଲେ ତାଲା

0 205

ଦଶପଲ୍ଲା : ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସୃଷ୍ଟି ହୋଇଛି ଛାତ୍ର ଅଶାନ୍ତି । +୩ କଳା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ଅଶାନ୍ତି ଦେଖା ଦେଇଛି । ଛାତ୍ର ଛାତ୍ରୀମାନଙ୍କ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି +୩ ପ୍ରଥମ ବର୍ଷ କଳା ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା । ମାତ୍ର ଏହି ପରୀକ୍ଷା ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ାଯାଉଥିବା ଏଫିକ୍ସ ଭ୍ୟାଲ୍ୟୁ ଓ ଇଭିଏସ ବିଷୟ ଶେଷ ହୋଇନାହିଁ ଏପରିକି ଏଫିକ୍ସି ଭ୍ୟାଲ୍ୟୁ ବିଷୟ ପଢ଼ା ଆରମ୍ଭ ହୋଇନାହିଁ । ପରୀକ୍ଷା ପାଇଁ ଅଳ୍ପ ଦିନ ଥିବାରୁ କିଭଳି ପରୀକ୍ଷା ଦେବୁ ବୋଲି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ପରୀକ୍ଷାରେ କୋହଳ କରିବା ପାଇଁ କହିଥିଲେ । ମାତ୍ର ଏଥିରେ ଅଧ୍ୟକ୍ଷ ମନା କରି ଦେବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶାନ୍ତି ଦେଖା ଦେବା ସହ ଛାତ୍ରଛାତ୍ରୀମାନେ ୪ ଘଣ୍ଟା ଧରି ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲାପକାଇ ଆନ୍ଦୋଳନ କରିଥିଲେ । ଏପରିକି ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ କଟା ହୋଇଥିବା ଗଛର ସମସ୍ତ ଅର୍ଥ ଓ ମ୍ୟାନେଜମେଣ୍ଟରେ ଥିବା ଅଧ୍ୟାପକମାନଙ୍କୁ ଠିକରେ ଅର୍ଥ ପ୍ରଦାନ କରା ନ ଯିବା ଆଦିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ । ଶେଷରେ ଅଧ୍ୟକ୍ଷ ପରୀକ୍ଷା ପୂର୍ବରୁ କୋର୍ସ ଶେଷ ହେବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତିି ଦେଇଥିଲେ ମଧ୍ୟ ଛାତ୍ର ମାନଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି । ଯାହାକୁ ନେଇ ଏବେ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ମୁଁହାମୁହିଁ ହୋଇଥିବା ବେଳେ ଆଗକୁ ଏହା ଉପରେ କଲେଜ କର୍ତ୍ତୃପକ୍ଷ କି ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

hiranchal ad1
Leave A Reply

Your email address will not be published.

four − 2 =