ପୁରୀ ରଥଯାତ୍ରା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ

0 90

ପୁରୀ : ପୁରୀ ରଥଯାତ୍ରା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ସଫଳତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ରଥକାଠ ଯୋଗାଣ, ରଥ ନିର୍ମାଣ ନୀତି ସମ୍ପାଦନ, ସ୍ୱାସ୍ଥ୍ୟ ଓ ପରିମଳ,ପାନୀୟ ଜଳ ଯୋଗାଣ,ବିଦ୍ୟୁତ୍‌ ଯୋଗାଣ,ପରିବହନ ବ୍ୟବସ୍ଥା, ସୂଚନା ଓ ପ୍ରସାରଣ, ପ୍ରଦର୍ଶନୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକ ରେ ମନ୍ତ୍ରୀ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା,ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଆରଡିସି, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଉମାକାନ୍ତ ସାମନ୍ତରାୟ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଆଇଜି ନରସିଂହ ଭୋଳ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ, ସଂସ୍କୃତି ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ, ସେବାୟତ ପ୍ରଦିନିଧି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + 17 =