ସୁପ୍ରିମକୋର୍ଟରେ ରଦ୍ଦ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌

0 84

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ୱାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍‌ ଫାଇଲ୍‌ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ । ଗତ ମେଫ ମାସ ୯ ତାରିଖରେ ମାମଲାର ଶୁଣାଣି କରିଥିଲେ ଓଡିଶା ହାଇକୋର୍ଟ ।
ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁମନ୍ତ କୁମାର ଘଡେଇ ସମେତ ପୃଥକ ଭାବେ ୩ଟି ସ୍ୱତନ୍ତ୍ର ଲିଭ୍‌ ପିଟିସନ ଦାଖଲ ହୋଇଥିଲା । ତେବେ ରାଜ୍ୟ ସରକାର ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାରେ କ୍ୟାଭେଟ୍‌ ଫାଇଲ୍‌ କରିଥିଲେ ।
ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ସାମ୍ନାକୁ ଆସିଛି ନବୀନଙ୍କ ଟ୍ୱିଟ୍‌ । ସେ ଟ୍ୱିଟ ହିଁ ବୟାନ କରୁଛନ୍ତି ଏହା ସରକାରଙ୍କ ବିଜୟ । ସେ ଟ୍ୱିଟରେ କହିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

hiring
hiranchal ad1
Leave A Reply

Your email address will not be published.

fourteen − thirteen =