ମହନାପଦା ଗ୍ରାମରେ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ

0 327

ଗଣିଆ : ଗଣିଆ ବ୍ଳକର ମହନାପଦା ଗ୍ରାମରେ ଆୟୋଜିତ ଦ୍ୱାଦଶ ବାର୍ଷିକ ରାସ ଯଜ୍ଞ ଉତ୍ସବ ଗତ ୩ଦିନ ଧରି ଚାଲୁ ରହିଛି । ଆସନ୍ତା ଶନିବାର ଦିନ ଏହି ଉତ୍ସବର ପୂର୍ଣ୍ଣାହୂତି ହେବା ସହିତ ଉଦ୍‌ଯାପିତ ହେବ । ଗତ୨୪ରେ ମହାନଦୀରୁ ବାଲୁକା ସ୍ଥାପନା ପୂର୍ବକ ୧୦୮ କଳସ ଶୋଭାଯାତ୍ରା ସହ ଶୁଭାଧିବାସ ହୋଇଥିଲା । ଏଥି ନିର୍ମିତ ପ୍ରତ୍ୟହ ବାଲୁକା ପୂଜା, କାତ୍ୟାୟନୀ ପୂଜା, ସୂର୍ଯ୍ୟ ପୂଜା, ହନୁମାନ ଚାଳିସା,ନଗର କୀର୍ତ୍ତନ,ଭାଗବତ ପାଠ, ଗୀତାଯଜ୍ଞ, ସାଧୁସନ୍ଥ ମିଳନ କାର୍ଯ୍ୟକ୍ରମ ହୋଇଥିବା ସହ ରାତ୍ରୀରେ ମହାନିତ୍ୟ ରାହାସ, ଗୁଦୁରୀ ଦ୍ୱିତୀ ରାହାସ, ପଦ୍ମବନ ରାହାସ, ଠୁଳଶୁନ୍ୟ ରାହାସ ଓ ରାଧା ରାହାସ ଅନୁଷ୍ଠିତ ହୋଇଥିଲା । ଏଥିସହ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ନଗରକୀର୍ତ୍ତନ ସମୟରେ କୁନି କୁନି ପିଲାଙ୍କ ରାଧାକୃଷ୍ଣ ବେଶ ବେଶ୍‌ ଆକର୍ଷଣୀୟ କରିଥିଲା । ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ରାହାସମାଳାକୁ ଆଧାର କରି ଏହି ମହାରାସ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବର ପୂର୍ଣ୍ମାହୂତି ଅବସରରେ ଶନିବାର ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ଭାବରେ ରାମ ନାଟକ ପରିବେଷଣ କରାଯିବ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ଏହି ରାସ ଉତ୍ସବର ବ୍ୟାସଭାବେ ଗିରିଶ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 4 =