ସୋନପୁର ପ୍ରିମିୟର ଲିଗ ୨୦୨୨: ଫାଇନାଲରେ ବଗଳା ୱାରିୟର୍ସ

0 73

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗ ୨୦୨୨ର ଅନ୍ତିମ ଲିଗ ମ୍ୟାଚରେ ବଗଳା ୱାରିୟର୍ସ ଟିମ ସମଲେଶ୍ୱରୀ ବିରୁଦ୍ଧରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଟିମ ସମଲେଶ୍ୱରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା ୧୪୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ୩୭ରନ (୨୯ ବଲ ), ଶଙ୍କର ଘଡ଼ିଆ ୩୫ ରନ ( ୨୫ବଲ ), ନରୋତ୍ତମ ତାଣ୍ଡିଆ ୧୮ରନ (୬ ବଲ), ପ୍ରବୀଣ ଲୁହା ୧୬ ରନ (୧୪ ବଲ ) ଓ ସିକନ ସେଠୀ ୧୪ ରନ (୮ ବଲ ) ସ୍କୋର କରିଥିଲେ । ବଗଳା ୱାରିୟର୍ସ ପକ୍ଷରୁ ବି. ପୁରୁଷୋତ୍ତମ ପାତ୍ର ୨ ଟି ଏବଂ ପ୍ରତାପ ସାହୁ ଗୌରବ ରାଉତ, ନନ୍ଦି ଖୁରା, ବିକି କଅଁର ପ୍ରତ୍ୟେକ ୧ ଟି କରି ଉଇକେଟ ଅକ୍ତିଆର କରିଥିଲେ । ପ୍ରତ୍ୟୁତ୍ତରରେ ବଗଳା ୱାରିୟର୍ସ ବି. ପୁରୁଷୋତ୍ତମ ପାତ୍ରଙ୍କ ୬୫ ରନ (୩୮ ବଲ ), ମୁକ୍ତାର ଖାଁଙ୍କ ୪୦ରନ (୨୬ ବଲ ), ପ୍ରଶାନ୍ତ ବିଶିଙ୍କ ୧୬ରନ (୧୦ ବଲ ), ଓ ନନ୍ଦୀ ଖୁରାଙ୍କ ୧୩ ରନ (୯ ବଲ ), ସହାୟତାରେ ୧୫୦ ରନର ବିଜୟ ଲକ୍ଷ୍ୟକୁ ଅନାୟାସରେ ଅତିକ୍ରମ କରି ସହଜ ବିଜୟ ହାସଲ କରି ଫାଇନାଲ ପାଇଁ ନିଜ ସ୍ଥାନ ପକ୍କା କରିଥିଲେ । ସମଲେଶ୍ୱରୀ ପକ୍ଷରୁ ସୁବାଷ ମେହେର ସର୍ବାଧିକ ୩ ଟି ଏବଂ କିରଣ ପଣ୍ଡା, ପ୍ରବୀଣ ଲୁହା ପ୍ରତ୍ୟେକ ୧ ଟି କରି ଉଇକେଟ ଅକ୍ତିୟାର କରିଥିଲେ । ଆସନ୍ତାକାଲି ଫାଇନାଲରେ ବଗଳା ୱାରିୟର୍ସ ମଣ୍ଟୁ ୱାରିୟର୍ସକୁ ଭେଟିବ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ହାସଲ କରିଥିଲେ ବି. ପୁରୁଷୋତ୍ତମ ପାତ୍ର । କମଲ କ୍ୟାଚ ପୁରସ୍କାର ହାସଲ କରିଥିଲେ କାଳିଚରଣ ଦାସ । ଶ୍ରେଷ୍ଠ ବୋଲର ପୁରସ୍କାର ହାସଲ କରିଥିଲେ ସୁବାଶ ମେହେର । ମ୍ୟାଚ ଶେଷରେ ସୁବର୍ଣ୍ଣପୁର ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ରାମକୃଷ୍ଣ ମେହେର ଓ ସନ୍ତୋଷ ମେହେର ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଆଜିର ମ୍ୟାଚ ପରିଚାଳନା କରିଥିଲେ ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀବନ୍ତ ନାୟକ । ଅନଲାଇନକ୍କୋରିଙ୍ଗ କରିଥିଲେ ଦୀନେଶ ଘିବେଲା ଓ ବିଶ୍ୱନାଥ ନାୟକ । ଧାରାବିବରଣୀ ପ୍ରଦାନ କରିଥିଲେ ବି ଏସ ରାଓ ଓ ଅଚ୍ୟୁତ ମିଶ୍ର ।

hiranchal ad1
Leave A Reply

Your email address will not be published.

3 × one =