କପିଳେଶ୍ୱର ମନ୍ଦିରକୁ ନାହିଁ ସବୁଦିନିଆ ରାସ୍ତା

0 56

ବାଉଁଶୁଣି : ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର କରଡ଼ାପଡା ଗ୍ରାମ ନିକଟ ବାଘନଦୀ କୂଳରେ ରହିଛି ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିର । ମନ୍ଦିରର ଅବସ୍ଥିତି ତଥା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜଙ୍ଗଲିଆ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଏଠାକୁ ଶ୍ରଦ୍ଧାଳୁ ମାନଙ୍କୁ ସହଜରେ ଟାଣି ଆଣିଥାଏ । ମୁଖ୍ୟ ମନ୍ଦିର ସହିତ ମା’ ମାହେଶ୍ୱରୀ, ହନୁମାନ, ଓ ସୂର୍ଯ୍ୟଙ୍କ ମନ୍ଦିରମାନ ସବୁ ଏଠାରେ ରହିଅଛି । ଶ୍ରାବଣ ମାସରେ ବୋଲବମ କାଉଡ଼ିଆ ମାନେ ଶ୍ରାବଣୀ ଜଳଲାଗି କରିବା ପାଇଁ ଏଠାରେ ଭିଡ଼ ଜମାଇବା ସହିତ କାର୍ତ୍ତିକ ମାସର ପଞ୍ଚୁକ ଓ ଚୈତ୍ର ମାସର ଝାମୁଯାତ୍ରା ସମୟରେ ଏଠାରେ ବିଶେଷ ପୂଜାପର୍ବମାନ ଆୟୋଜିତ ହୋଇଥାଏ । ଏହାଛଡା ବର୍ଷର ସମସ୍ତ ସଂକ୍ରାନ୍ତି ଦିନମାନଙ୍କରେ ବାବା କପିଳେଶ୍ୱରଙ୍କ ପୀଠରେ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହିଦିନ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଆଖପାଖ ଅଞ୍ଚଳର ୧୪ ଖଣ୍ଡ ଗ୍ରାମର ଶ୍ରଦ୍ଧାଳୁ ମାନେ ପାଳି କରି ଏହାକୁ ତୁଲାଇଥାନ୍ତି । ଗାଁଲୋକେ ଚାନ୍ଦାଭେଦା କରି ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥାନ୍ତି ।

hiring

ଏହାଛଡା ଏଠାକାର ପ୍ରାକୃତିକ ପରିବେଶରେ ଆକର୍ଷିତ ହୋଇ ଓ ନିକଟରେ ନଦୀ ଥିବାରୁ ଶୀତ ଋତୁରେ ବଣଭୋଜି ପାଇଁ ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଲାଗି ରହିଥାଏ । କିନ୍ତୁ ଏଭଳି ଏକ ସ୍ଥାନକୁ ଯିବାଆସିବା କରିବା ପାଇଁ ସବୁଦିନିଆ ରାସ୍ତାଟିଏ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିଲା ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବାଉଁଶୁଣି -ଗୁନ୍ଦୁଳିଆ ରାସ୍ତାର ଗୋଛାପଡା ପଞ୍ଚୟତ ସଦର ମହକୁମା ଠାରୁ ମାତ୍ର ଦେଢ କିଲୋମିଟର ଦୁରରେ ଅବସ୍ଥିତ ଏହି ଶିବ ମନ୍ଦିର । ତେବେ ଏହି ଦେଢ଼ କିଲୋମିଟର ରାସ୍ତାଟି ଏବେବି ମାଟି ରାସ୍ତା ହୋଇ ରହିଥିବାରୁ ବର୍ଷାଋତୁରେ ଲୋକେ ଏହି ମନ୍ଦିରକୁ ଯିବାଆସିବା କରିବାରେ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ତେଣୁ ବର୍ଷା ଋତୁ ପୂର୍ବରୁ ଏହି ରାସ୍ତାରେ ଏକ ସବୁଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − 1 =