ପାଟଣାଗଡ଼ : ପାଟଣାଗଡ଼ ରେଞ୍ଜ ଯୋଗୀ ମୁଣ୍ଡ ଅନ୍ତର୍ଗତ ବାଙ୍କିବାହାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଗତକାଲି ପ୍ରାୟ ୧୫ ଟି ହାତୀପଲ ପଶିଛନ୍ତି । ଜଙ୍ଗଲରୁ ହାତୀପଲ ପଶି ଆସି ବାଙ୍କୀବାହାଲ, ପାଢେଲ ସର୍କଲର ବାଙ୍କେଡେ ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ଆଜି ପୁଣି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି । ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖା ଦେଇଛି ।
ଖବର ପାଇ ପାଟଣାଗଡ଼ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ପାଢେଲ ସର୍କଲ ଫରେଷ୍ଟର ସତ୍ୟବାନ ମାଝୀ ଲାଠୋର ଫରେଷ୍ଟର, ଧଣ୍ଡାମୁଣ୍ଡା ଫରେଷ୍ଟ ଗାର୍ଡ ସହିତ ପାରା ଗାର୍ଡ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ୱାର୍ଡ୍ଙ୍କୁ ନେଇ ଏକ ଟିମ୍ ଆଜି ପୁଣି ସକାଳୁ ହାତୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଶି ହାତୀପଲର ଗତିବିଧି ଦେଖିଥିଲେ ସୂଚନା ମିଳିଛି । ଫଳରେ ଅଂଚଳବାସୀ ଏବେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି । ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁଁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗାଆଁ ମୁହାଁ ହେଉଥିବା ଜଣାପଡିଛି । ହାତୀପଲ କିଛି ଦିନ ଆଗରୁ ସୁଲିଆ ଜଙ୍ଗଲ ଅଂଚଳରେ ରହୁଥିବା ବେଳେ କେତେ ଜଣ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବାରୁ ଲୋକେ ଆଗକୁ ପ୍ରାୟ ସମୟରେ ହାତୀପଲ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସହିତ ସାମ୍ନାସାମ୍ନୀ ହେବେ ଏଥିରେ ସନ୍ଦେହ ନାହିଁ । ଏହାକୁ ନେଇ ଲୋକେ ଆହୁରି ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ଜଙ୍ଗଲ ପଶିବାରୁ ଦିନ ତମାମ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲ ତଳି ଅଞ୍ଚଳ ଗାଁ ଗୁଡ଼ିକରେ ଲୋକମାନେ ଗାଁ ଦାଣ୍ଡରେ ଶୋଉଥିବା ହେତୁ ସେମାନଙ୍କୁ ନ ଶୋଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସତର୍କ କରାଯାଉଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post
ସରକାରୀ ଡ୍ୟୁଟି ଛାଡ଼ି କ୍ଲିନିକ ସେବାରେ ବ୍ୟସ୍ତ ଡାକ୍ତର,ଘଣ୍ଟା ଘଣ୍ଟା ଧରି ଗରମରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ
Next Post