ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପିଅନ ଭରସା, ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

0 113

ଦଶପଲ୍ଲା : ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦଶବର୍ଷ ହେଲା ନାହାନ୍ତି ପ୍ରାଣୀ ଚିକିତ୍ସିକ । ଫଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଜଣେ ପିଅନଙ୍କ ଭରସାରେ ଚାଲିଛି । ବାରମ୍ବାର ଅଭଯୋଗ କରି ବିଫଳ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ଦଳେଇଭାଗରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ସୂଚନା ଅନୁଯାୟୀ, ଦଳେଇଭାଗ ବହୁ ଲୋକ ପଶୁ ପାଳନ କରୁଥିବାବେଳେ କିନ୍ତୁ ଏଠାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପଶୁ ଚିକିତ୍ସକ ନଥିବାରୁ ସମସ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ଦଶ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଛି । ଫଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପିଅନ ସବୁ କଥା ବୁଝୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଭଳି ପରିସ୍ଥିତିରେ ପ୍ରାଣୀ ଚିକିତ୍ସା ବିଭାଗର ଜଣେ ଅଧିକାରୀ କୌଣସି କାର୍ଯ୍ୟରେ ନୂଆଗାଁ ଗସ୍ତ କରିଥିବା ସମୟରେ ଗ୍ରାମବାସୀ ତାଙ୍କୁ ଘେରାଉ କରିଥିଲେ । ଆଉ ଲୋକଙ୍କ ପ୍ରଶ୍ନବାଣରେ ଅଧିକାରୀ ଜଣକ ଘାଇଲା ହେଇଯାଇଥିଲେ । ସେ କୌଣସି ମତେ ଲୋକଙ୍କ ବୁଝାଇସୁଝାଇ ଶାନ୍ତ କରିଥିଲେ । ଏହାସହ ଉପରିସ୍ଥ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରି ଏହାର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ । ଅନ୍ୟପଟେ ଏଭଳି ଅବ୍ୟବସ୍ଥାର ସୁଧାର ନହେଲେ ଯୁବକମାନେ ପଶୁ ସମ୍ପଦ ଓ ଚାଷ ପ୍ରତି ମୁହଁ ଫେରାଇ ନେବେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − fifteen =