୫-ଟିରେ ସାମିଲ ହେଲା ଟାକରା ଉଚ୍ଚ ବିଦ୍ୟାଳୟ

0 378

ଦଶପଲ୍ଲା : ବିଳମ୍ବରେ ହେଲେ ମଧ୍ୟ ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଂଚାୟତର ଆଦିବାସୀ ମଂଗଳ ବିଭାଗ ଦ୍ୱାରା ପରିଚାଳିତ ବହୁ ପୁରାତନ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି । ୫-ଟି ଅନ୍ତର୍ଭୁକ୍ତ ହେବା ଖବରପାଇ ପୁରାତନ ଛାତ୍ରଛାତ୍ରୀ ଓ ଅଂଚଳବାସୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ୫-ଟି ଅନ୍ତର୍ଭୁକ୍ତ ହେବାପରେ ବିଦ୍ୟାଳୟର କିପରି ଉତ୍ତୋରତ୍ତର ଉନ୍ନତି ହୋଇପାରିବ ସେଥି ସକାଶେ ବିଦ୍ୟାଳୟର ଏସଏମ୍‌ସି ସଭାପତି ଜଗବନ୍ଧୁ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ପୁରାତନ ଛାତ୍ରଛାତ୍ରୀ ଓ ଅଂଚଳବାସୀଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ବିଦ୍ୟାଳୟର କିପରି ଭାବରେ ଶୈଖିକ, ପାରିବେଶିକ, ଉନ୍ନତି ହୋଇପାରିବ ସେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ପ୍ରଧାନ ଶିକ୍ଷକ ନୀଳମଣି ନାୟକ, ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ବିଦ୍ୟାଳୟର ସଭାପତି ତଥା ପୁରାତନ ଛାତ୍ର ଜଗବନ୍ଧୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ତଥା ବିଦ୍ୟାଳୟର ପୁରାତନ ଛାତ୍ର ମଦନ କୁମାର ଜାନୀ ଯୋଗଦେଇ ଗ୍ରାମପଂଚାୟତ ତରଫରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଦେବାପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଆଜିର ମୁଖ୍ୟବକ୍ତା ଅବସରପ୍ରାପ୍ତ ବିଇଓ ପ୍ରମୋଦ କୁମାର ସାହୁ ,ଶିକ୍ଷାର ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ଆଜିର ଏହି ବୈଠକରେ, ବରିଷ୍ଠ ଶିକ୍ଷକ ଅନ୍ନଦା ପ୍ରସାଦ ଡାକୁଆ, ସ୍ଥାନୀୟ ସମିତି ସଭ୍ୟ ପ୍ରଶାନ୍ତ କୁମାର ଦଳବେହେରାଙ୍କ ସମେତ ସାମାଜିକ କର୍ମୀ ବାନାମ୍ବର ନାଏକ, ପୁରାତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦିପ କୁମାର ସାହୁ, ଆଦିବାସୀ ନେତା ଧନେଶ୍ୱର ଜାନୀ, ଅଭିମନ୍ୟୁ ସାହୁ, ସାମ୍ବାଦିକ ତଥା ପୁରାତନ ଛାତ୍ର ରତ୍ନାକର ହୋତା, ପ୍ରୀୟବ୍ରତ ଆଚାର୍ଯ୍ୟଙ୍କ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ବହୁ ବରିଷ୍ଠ ଅଂଚଳବାସୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × two =