ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି ; ଚିନ୍ତା ବଢାଇଲା ବର୍ଷା

0 87

ହରଭଙ୍ଗା : ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି । ଧୀରେଧୀରେ ବନ୍ୟାପାଣି ଗ୍ରାମଗୁଡିକରୁ କାମୁଥିବାବେଳେ ଏବେ ବି ବହୁଗ୍ରାମ ଯଥା ମରଡା, କୁମାରୀ, ଅତଲସରା, ତିରଡ଼, ହରଭଂଗା, ପାଣିଘରା, ଖଣ୍ଡିଧଲପୁର, କୃଷ୍ଣମୋହନ, ପୁର, ସଦଲଗଣ୍ଡା, ଧଳପୁର ଅଦିଗ୍ରାମ ଗୁଡିକ ପାଣି ଘେରରେ ରହିଛି । ଚିନ୍ତାବଢାଉଛି ଆସିଥିବା ଲଘୁଚାପ ବର୍ଷା । ଗତକାଲି ଏହିସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି । ତଳେ ବନ୍ୟାଜଳ ପ୍ରଭାବିତ ହେଉଥିବାବେଳେ ଉପରୁ ବର୍ଷା ଲୋକଙ୍କ ପାଇଁ କାଳ ସାଜିଛି । ପାଣିଘେରରେ ଥିବା ଲୋକଙ୍କ ଦୁର୍ଦ୍ଦଶା ଜରିରହିଥିବାବେଳେ ପୁଣି ଚିନ୍ତାବଢାଇବା ବର୍ଷା ଓ ବନ୍ୟା । ଏବେ ବି ବୌଦ୍ଧ ଜଗନ୍ନାଥ ରୋଡ ଉପରେ ୮ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି ।
ବନ୍ୟାରେ ଧୋଇଗଲା ବିଜୁସେତୁ
ମହାନଦୀ ବନ୍ୟାରେ ହରଭଂଗା ଜଗନ୍ନାଥ ସଡକ ଉପରେ ହରଭଂଗା -ଅତଳସରା ରାସ୍ତାରେ କୁଶାସିଙ୍ଗ ବିଜୁସେତୁ ଅପ୍ରଚ ରାସ୍ତା ବନ୍ୟାରେ ଧୋଇହେଇଯାଇଛି । ଏହି ସେତୁ ଉପରେ ହରଭଂଗା, କୁଶଙ୍ଗ, ତଲଗା, ମହାଳିକପଡା ଆଦି ୪ରିଗୋଟି ପଞ୍ଚାୟତବାସୀ ଏହାରି ଉପରେ ନିର୍ଭରଶୀଳ । ରାସ୍ତା ଧୋଇହେଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଇଛି । ସେହିପରି ବନ୍ୟା ଓ ଲଗାଣ ବର୍ଷାରେ ୨୦୦ରୁ ଉର୍ଦ୍ଧ୍ୱ ଭାଙ୍ଗିଯାଇଥିବା କଚା ଘରେ ରହୁଥିବା ବିପନ୍ନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ ପଲିଥିନ ଖଣ୍ଡେ । ହରଭଂଗା ବ୍ଲକ୍‌ରେ ଅଜକୁ ସାତଦିନ ଧରି ପାଣିଘେରରେ ଥିବା ବିପନ୍ନମାନଙ୍କୁ ରିଲିଫ ନମିଳିବାରୁ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଥାଉକି ଗତ ଗୁରୁବାର ଦିନ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ପାଣିଘେରରେ ଥିବା ବିପନ୍ନଙ୍କୁ ସାତଦିନ ରିଲିଫ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଘୋଷଣା ହେବାର ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ରିଲିଫ ନମିଳିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛନ୍ତି । ଜିଲ୍ଲାର ପ୍ରଶାସନିକ ପକ୍ଷରୁ ତୁରନ୍ତ ସହାୟତା ଯୋଗେଇ ଦେବାକୁ ଦାବି ହେଇଛି ।

hiranchal ad1
Leave A Reply

Your email address will not be published.

four × 1 =