ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା

0 58

ପୁରୀ : ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ । ତେବେ ଏହି ବିଶ୍ୱ ପଖାଳ ଦିବସ ଅବସରରେ ପ୍ରତେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏ ନେଇ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରଦର୍ଶିତ କରିଛନ୍ତି । ବାଲିରେ ସେ ପଖାଳ, ବଡୀ ଚୁରା, ମାଛ ଭଜା ଓ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି ଗଢିଛନ୍ତି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ । ଏଣୁ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି । ପଖାଳ ଭୋଜନର ଏକ ସ୍ୱତନ୍ତ୍ରତା ରହିଛି । ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ ୨୦ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ଗତ କିଛି ବର୍ଷ ହେବ ସୋସିଆଲ ମିଡିଆରେ କିଛି ଓଡ଼ିଆ ବ୍ୟକ୍ତିଙ୍କ ଦ୍ୱାରା ପଖାଳ ଦିବସ ଭାବେ ପାଳନ କରାଯାଉଛି । ବିଶେଷ କରି ଓଡିଶାର ଖାଦ୍ୟ ପଖାଳର ପ୍ରଚାର ପ୍ରସାର ଉଦେଶ୍ୟ ନେଇ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

hiranchal ad1
Leave A Reply

Your email address will not be published.

four × 5 =