ସୁବର୍ଣ୍ଣପୁର : ଭାରତକୁ ସର୍ବାଗ୍ରେ ସ୍ୱାବଲମ୍ବୀ କରିବାରେ ଜନସାଧାରଣ ବିଶେଷ କରି ଯୁବ ସମାଜର ବିଶେଷ ଭୂମିକା ରହିଛି । ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ହିଁ ଭାରତକୁ ଏକ ସ୍ୱାବଲମ୍ବନଶୀଳ ଭାବରେ ଗଢ଼ି ତୋଳିବ ବୋଲି ଆଜି ସହରର ପଦ୍ମିନୀ ଦେବୀ କଲେଜରେ ଅନୁଷ୍ଠିତ “ସ୍ୱାବଲମ୍ବୀ ଭାରତ ଅଭିଯାନ’ ପାଳନ ଅବସରରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଓ ଅନ୍ୟତମ ଅତିଥି ଭାବରେ ବ୍ୟାସଦେବ ମିଶ୍ର,ଗୌରହରି ନାଏକ, ଅଧ୍ୟାପକ ରାମନାରାୟଣ ପାଣିଗ୍ରାହୀ, କାମଦେବ ମିଶ୍ର ସ୍ୱାବଲମ୍ବୀ ଭାରତ ଅଭିଯାନର ମୂଳଲକ୍ଷ୍ୟ ଉପରେ ବହୁ ଉପାଦେୟ ମନ୍ତବ୍ୟ ମାନ ପ୍ରଦାନ କରିଥିଲେ ।