ତ୍ରିବେଣୀପୁରରେ ପହଞ୍ଚିଲା ପ୍ରାଣୀ ଚିକିତ୍ସକ ଦଳ, ରକ୍ଷା ହେଲା ବଳଦର ଜୀବନ

0 85

ବାଉଁଶୁଣୀ : ବୌଦ୍ଧ ବ୍ଲକ ଗୋଛାପଡା଼ ଗ୍ରାମ ପଂଚାୟତ ଅନ୍ତର୍ଗତ ତ୍ରୀବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦର ପେଟକୁ କେହି ଜଣେ ଦୁର୍ବୁତ୍ତ ଅମାନୁଷିକ ଭାବେ ବର୍ଛା ମାରି ଦେଇଥିବାରୁ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ ନାୟକଙ୍କ ନେତୃତ୍ୱରେ ଏକ ପ୍ରାଣୀ ଚିକିତ୍ସକ ଦଳ ସୋମବାର ତ୍ରୀବେଣୀପୁର ଗ୍ରାମରେ ପହଞ୍ଚିଥିଲେ । ଡା. ନାୟକଙ୍କ ତତ୍ୱାବଧାନରେ ବାଉଶୁଣୀ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା ଓ ମନମୁଣ୍ଡା ପ୍ରାଣୀ ଚିକିତ୍ସକ ଡା. ଜନ୍ମେଜୟ ମହାଲିକ ବଳଦଟିର ସଫଳ ଅସ୍ତ୍ରୋପଚାର କରି ପେଟର ଉଭୟ ପାର୍ଶ୍ୱକୁ ଭେଦ କରି ରହିଥିବା ବର୍ଚ୍ଛାଟିକୁ ବାହାର କରିଥିଲେ । ଏହି ଅସ୍ତ୍ରୋପଚାରରେ ପ୍ରାଣୀଧନ ନିରୀକ୍ଷକ ଭାବଗ୍ରାହୀ ମେହେର ଓ ଗୋମିତ୍ର ପ୍ରବୀଣ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ବଳଦର ମାଲିକ ଗରୀବ ଶ୍ରେଣୀର ତଥା ବ୍ୟୟବହୁଳ ଅସ୍ତ୍ରସ୍ତ୍ରୋପଚାର କରିବା ପାଇଁ ଅକ୍ଷମ ହୋଇଥିବାରୁ ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା. ବେହେରା ନିଜସ୍ୱ ଖର୍ଚ୍ଚରେ ସମସ୍ତ ଔଷଧ ଯୋଗାଇ ଦେଇଥିଲେ ଓ ବିଭାଗୀୟ ଡାକ୍ତର ମାନେ ନିଃଶୁଳ୍କ ଅସ୍ତ୍ରୋପଚାର କରିଥିଲେ । ପ୍ରାଣୀ ଚିକିତ୍ସା ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଏକ ନିରୀହ ପ୍ରାଣୀର ଜୀବନ ରକ୍ଷା ହେବା ସହିତ ଏକ ଗରୀବ ଚାଷୀ ଉପକୃତ ହୋଇଥିବାରୁ ପ୍ରାଣୀ ଚିକିତ୍ସା ବିଭାଗର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 4 =