ପାଟଣାଗଡ଼ ଏନ୍‌ଏସି ଅଧ୍ୟକ୍ଷାଙ୍କ ଦ୍ୱାରା ଓମଫେଡ ପାର୍ଲର ଓ ଭେଣ୍ଡିଂ ଜୋନର ଭିତ୍ତି ପ୍ରସ୍ତର ସ୍ଥାପନ

0 82

ପାଟଣାଗଡ଼: ସ୍ଥାନୀୟ ଗଙ୍ଗାଧର ପାର୍କ ନିକଟରେ ଓମଫେଡ ପାର୍ଲର ଓ ଭେଣ୍ଡିଂ ଜୋନ ପାଇଁ ଭିତ୍ତି ପ୍ରସ୍ତର ଏନ୍‌ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ଦ୍ୱାରା ସ୍ଥାପନ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ, ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ବିଧାୟକଙ୍କ ପ୍ରତିନିଧି ସୁକୁମାର ବାରିକ, ତହସିଲ ଡ଼ ପୁଷ୍ପାଞ୍ଜଳି ପଣ୍ଡାଙ୍କ ସହ ସମସ୍ତ କାଉନସିଲ ଉପସ୍ଥିତ ଥିବା ବେଳେ ଉଠା ଓ ଠେଲା ଦୋକାନୀ ସଂଘର ସଭାପତି ଅନୀଲ ମେହେର ଉପସ୍ଥିତ ରହି ଉଠା ଓ ଠେଲା ଦୋକାନୀ ମାନଙ୍କ ସମସ୍ୟା, ଥଇଥାନ ଉପରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ଉଠା ଓ ଠେଲା ଦୋକାନୀଙ୍କ ପାଇଁ ସ୍ଥାୟୀ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଏନ୍‌ଏସି ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ସ୍ଥାନରେ ଗୋଟିଏ ଓମଫେଡ ପାର୍ଲର ସହ ୪୯ ଭେଣ୍ଡିଂଜୋନ ନିର୍ମାଣ କରାଯାଇ ଠେଲା ଓ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳ କହିଛନ୍ତି । ନିର୍ମାଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଗଙ୍ଗାଧର ପାର୍କ ଠାରେ ଏବଂ ଉଠାଦୋକାନୀ ଅସ୍ଥାୟୀ ଭାବେ ମାସେ ଯାଏଁ ନିଜର ବ୍ୟବସାୟ କରିପାରିବେ ବୋଲି ଏନ୍‌ଏସି ପକ୍ଷରୁ ସୂଚନା ଦିଆଯାଇଛି । ଏନ୍‌ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 17 =