ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ

0 52

ପୁରୀ:ଜଗତର ନାଥ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ୧୦୮ ଜଳ ସ୍ନାନ କରି ଅସୁସ୍ଥ ହୋଇ ଅନବସର ଗୃହରେ ଗୁପ୍ତ ସେବା ଲୀଳା କରୁଛନ୍ତି ।ଶ୍ରୀକ୍ଷେତ୍ର ୧୫ଦିନ ନିମନ୍ତେ ଭକ୍ତ ଶୂନ୍ୟ ହୋଇପଡିଛି । ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥ ପୀଠର ଲାଗିଛି । ଦ୍ୱିତୀୟ ଶ୍ରୀ କ୍ଷେତ୍ର ପାଲଟି ଯାଇଛି । ଶ୍ରୀମନ୍ଦିରର ସମସ୍ତ ନୀତି କାନ୍ତି ଅଲାରନାଥ ପୀଠରେ ଚାଲିଛି ।
ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢେ଼ ତିନି ରୁ ଦୁଆର ଖୋଲାଯାଇ ମଙ୍ଗଳ ଆଳତି ଅବକାଶ ବେଶ ଅନୁଷ୍ଠିତ ହୋଇଥିଲା । ସକାଳ ପ୍ରାୟ ସାଢେ଼ ପାଞ୍ଚଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ଲମ୍ବା ଧାଡି ରେ ଠିଆହୋଇ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମଧ୍ୟାହ୍ନ ଧୂପ ଦିନ ଗୋଟିଏ ରେ ହେବା ସହ ଆନନ୍ଦ ବଜାର ରେ ଖିରି ପ୍ରସାଦ ଭକ୍ତ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କିରି ପ୍ରସାଦ ପାଇ ଭକ୍ତ କୃତକୃତ୍ୟ ହେଉଥିବା ବେଳେ କହି ଭକ୍ତ ମହାପ୍ରଭୁ ଅଲାରନାଥଙ୍କ ଚତୃଭୂଜ ନାରାୟଣ ରୂପକୁ ଦେଖି ଭବବିହୋର ହୋଇପଡ଼ିଥିଲେ ।
ଦୁଇ ବର୍ଷ ହେବ କରୁଣ ଯୋଗୁ ଅନବସର ଦର୍ଶନ ବିନା ଭକ୍ତ ରେ ଅନୁଷ୍ଠିତ ହୋଇଥିଲା ।ଚଳିତବର୍ଷ କରୁଣ କଟକଣା ନଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହେବାର ଅନୁମାନକରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।୬ ପ୍ଲାଟୁନ ଫୋର୍ସ ମୁତୟନ ସହ ପ୍ରବେଶ ଓ ପ୍ରସ୍ତନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି ।ଜଣେ ଅତିରିକ୍ତ ଏସ ପି, ଜଣେ ଡିସିପି, ତିନି ଜଣ ଇନ୍ସପେକ୍ଟର ସମେତ ୨୦ଜଣ ଅଫିସର ନିୟୋଜିତ ହୋଇଛନ୍ତି । ବର୍ଷ ତମାମ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ଫଳ ମିଳିଥାଏ ଅନବସର ରେ ଅଲାରନାଥଙ୍କୁ ଥରେ ଦର୍ଶନ କଲେ ସମପଲ ମିଳିଥାଏ ।

hiranchal ad1
Leave A Reply

Your email address will not be published.

five × 5 =