ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ସ୍ୱତନ୍ତ୍ର ମ୍ୟାଙ୍ଗୋ ଆଇସକ୍ରିମ ପ୍ରସ୍ତୁତିର ଶୁଭାରମ୍ଭ

0 112

ସୁବର୍ଣ୍ଣପୁର – ସହର ନିକଟସ୍ଥ ହିକୁଡିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କାଫେଟେରିଆଠାରେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମ୍ୟାଙ୍ଗୋ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା ସ୍ୱତନ୍ତ୍ର ଆଇସକ୍ରିମ କାଉଣ୍ଟରର ଶୁଭାରମ୍ଭ ଅବସରରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ପିଡିଡିଆରଡିଏ ନିହାର ରଞ୍ଜନ କଁହର,ସୋନପୁର ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବୀରମହାରାଜପୁରର ଅଶୋକ ଭୋଇ ତଥା ଜିଲ୍ଳା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱତନ୍ତ୍ର ଆଇସକ୍ରିମ କିଣି ଖାଇବା ସହ ନିଜ ନିଜର ପରିବାର ପାଇଁ ମଧ୍ୟ କ୍ରୟ କରିଛନ୍ତି । ଏହି ଆଇସକ୍ରିମ ବର୍ତ୍ତମାନ ୪ ପ୍ରକାରରେ ମିଳୁଥିବା ବେଳେ କୁଲଫି ପ୍ରତି ମୂଲ୍ୟ ଟ.୨୦/-, ମ୍ୟାଙ୍ଗୋ କେଣ୍ଡି ପ୍ରତି ମୂଲ୍ୟ ଟ ୨୦/-,କପ ପ୍ରତି ମୂଲ୍ୟ ଟ. ୩୦/-, ଓ ଫ୍ୟାମିଲି ପ୍ୟାକ ର ମୂଲ୍ୟ ଟ ୨୫୦/- ରେ ବଜାରରେ ଉପଲବ୍ଧ ରହିଛି । ଏହି ସ୍ୱତନ୍ତ୍ର ମ୍ୟାଙ୍ଗୋ ଆଇସକ୍ରିମ ଜିଲ୍ଲା ଓରମାସ ଓ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଜନ ସାଧାରଣ ଜିଲ୍ଲାର ପ୍ରସ୍ତୁତି ଏହି ଆଇସକ୍ରିମର ମଜାନେବା ସହ ଉତ୍ପାଦକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − 14 =