ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ସେବା ସମବାୟ ସମିତିର ୨ କର୍ମଚାରୀ

0 250

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତିର ୨ଜଣ କର୍ମଚାରୀ ଲାଞ୍ଚନେବାବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ କୁନା ନାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ ଆଜି ଜଣେ ଚାଷୀଙ୍କ ଠାରୁ ଲାଞ୍ଚନେଉଥିବା ଅବସ୍ଥାରେ ଧରାପଡି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଭାଲୁବାହାଲ ଗାଁର ଚାଷୀ ଜଳନ୍ଧର ଡାଂଗଙ୍କ ଠାରୁ ଧାନ ବିକ୍ରୀ ଟଙ୍କା ବ୍ୟାଙ୍କରେ ପକାଇଦେବା ପାଇଁ ୮ ହଜାର ଟଙ୍କା ଦାବୀ କରିଥିଲେ । ଏନେଇ ଜଳନ୍ଧର ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଉଭୟ ସଂପାଦକ ଓ ଡାଟାଏଣ୍ଟ୍ରି ଅପରେଟର ଜଳନ୍ଧରଙ୍କଠାରୁ ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ଧରିନେଇଥିଲା । ଏନେଇ ଭିଜିଲାନ୍ସ କେସ ନଂ ୮ ମାମଲା ଦାୟର କରାଯାଇ ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

nine − 1 =