ମହାନଦୀକୁ ଗାଧୋଇ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

0 378

ହରଭଙ୍ଗା :ମହାନଦୀକୁ ଗାଧୋଇ ଯାଇ ଯୁବକଙ୍କ ମୃତ୍ୟୁ l ଗ୍ରାମବାସୀଙ୍କ ଦ୍ୱାରା ମୃତ ଶବ ଉଦ୍ଧାର l ମୃତ ବ୍ୟକ୍ତି ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ବଜେନ୍ଦ୍ର ବାଘ l ସୂଚନା ଅନୁଯାଇ ହରଭଙ୍ଗା ଗ୍ରାମର ବଜେନ୍ଦ୍ର ବାଘ (48)ଶୁକ୍ରବାର ଦିନ ପ୍ରାୟ 9ଘଣ୍ଟା ସମୟରେ ମହାନଦୀ କୁ ଗାଧୋଇ ଯାଇଥିଲେ l ମହାନଦୀରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ବଜେନ୍ଦ୍ରଙ୍କ ଗୋଡ଼ ଖସି ଯାଇଥିଲା ଫଳରେ ମହାନଦୀ ସ୍ରୋତରେ ବୁଡି ଭାସି ଯାଉଥିବା ଗ୍ରାମର କିଛି ଲୋକ ଦେଖି ବଜେନ୍ଦ୍ରଙ୍କୁ ପାଣିରୁ ଉଦ୍ଧାର କରି ପରିବାରକୁ ଖବର ଦେଇଥିଲେ l ପାଣିରେ ବୁଡି ଯାଇଥିବାରୁ ବଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ବଡ଼ ଭାଇ ରବୀନ୍ଦ୍ର ବାଘ ଘଟଣାକୁ ନେଇ ହରଭଙ୍ଗା ଥାନାରେ ଅଭିଯୋଗ ଆଣିଥିଲେ l ଅଭିଯୋଗକୁ ଭିତ୍ତି କରି ହରଭଙ୍ଗା ଥାନା ଅଧିକାରୀ ନଳିନୀକାନ୍ତ ଦାସ ତଦନ୍ତ ଜାରି କରି ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ସହ ଅନ୍ୟ ପଟେ ସବ ବ୍ୟବଛେଦ ପାଇଁ ବୌଦ୍ଧକୁ ପଠାଯାଇଥିଲେ l ସେପଟେ ବଜେନ୍ଦ୍ର ଜଣେ ପରୋପକାରୀ, ମେଳାପୀ ମିଷ୍ଟାଭାସି ଥିବାରୁ ତାଙ୍କ ମୃତ୍ୟୁ ରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅସହାୟ ପରିବାରକୁ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

hiranchal ad1
Leave A Reply

Your email address will not be published.

five × 3 =