ଶିକ୍ଷକ ନିଯୁକ୍ତି ଦାବିରେ ଫାଟକରେ ତାଲା ପକାଇଲେ ଅଭିଭାବକ

0 54

ହରଭଙ୍ଗା :ହରଭଙ୍ଗା ବ୍ଲକ ଘୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ବିଦ୍ୟାଳୟର ଫାଟକରେ ସୋମବାର ଦିନ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ ଘୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବିଦ୍ୟାଳୟ ରେ ତିନିଜଣ ଶିକ୍ଷକ ନିଯୁକ୍ତି ଥିଲେ କିନ୍ତୁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକ ବିଦ୍ୟାଳୟରେ ଅଛନ୍ତି । ଦୁଇଟି ଶ୍ରେଣୀ ଗୃହରେ ୮ ଗୋଟି ଶ୍ରେଣୀର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଶିକ୍ଷକ କେବଳ ଜଗି ରହିଛନ୍ତି । ଯଦ୍ୱାରା ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶିକ୍ଷା ବିଭାଗର ଅଧିକାରୀ ଓ ପ୍ରଶାସନକୁ ବାରମ୍ବାର ଅଭିଭାବକ ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ତେଣୁ ଆଜି ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ପାଇଁଁ ଆନ୍ଦୋଳନ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ସିଆରସିସି ହୀରାଞ୍ଚଳ ମିଶ୍ର ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପ୍ରଧାନ ପହଂଚି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଆସନ୍ତା ଆଠ ଦିନ ଭିତରେ ଆବଶ୍ୟକ ମୁତାବକ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ସ୍କୁଲ ଫାଟକ ତାଲା ଖୋଲାଯାଇଥିଲା ଓ ପାଠ ପଢା ସ୍ୱାଭାବିକ ହୋଇଥିବା ଜଣାପଡିଛି । ଅନ୍ୟ ପଟେ ଯଦି ଆଠ ଦିନ ଭିତରେ ଶିକ୍ଷକ ପଦବୀ ପୂରଣ କରାନଯାଏ ତେବେ ସବୁଦିନ ପାଇଁ ଫାଟକରେ ତାଲା ଝୁଲିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକ ଧାରଣା ଦେବା ପାଇଁ ଘୋରଡ଼ା ଗ୍ରାମବାସୀ ଓ ଅଭିଭାବକ ଦାବି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × one =