ଅବସର ନେଲେ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବହିଦାର

0 219

ସୁବର୍ଣ୍ଣପୁର: ସୋନପୁର ବାଳିକା ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବହିଦାର ଏବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀମତି ବହିଦାରଙ୍କ ଛାତ୍ରୀବତ୍ସଳତା ଓ କର୍ତ୍ତବ୍ୟ ନିଷ୍ଠାର ଭୂୟସୀ ପ୍ରଶଂସା କରଯାଇଥିଲା । ତାଙ୍କର ଅଧ୍ୟାପନା ଆଦିର ପଟ୍ଟାନ୍ତର ନାହିଁ ବୋଲି ତାଙ୍କର ବିଦାୟକାଳୀନ ସଭାରେ ସମସ୍ତେ ମତ ରଖିଥିଲେ । ଏ ଅବସରରେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ପ୍ରକାଶଥାଉ କି ଯେ ଶ୍ରୀମତୀ ବହିଦାର ୧୯୮୨ ଜୁନରେ ଲୋଇସିଂହା ସରକାରୀ ବାଳିକା ହାଇସ୍କୁଲ ରେ ଶିକ୍ଷୟିତ୍ରୀ ଭାବରେ ଯୋଗଦାନ କରି ଏପ୍ରିଲ ୨୦୦୫ ରେ ତରଭା ଶିବତଲା ହାଇସ୍କୁଲକୁ ବଦଳି ହୋଇ ଆସିଥିଲେ । ଶେଷରେ ୨୦୦୭ ମସିହା ଅକ୍ଟୋବର ମାସରେ ସୋନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗଦାନ କରି ସବୁଠି ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରି ସେ ସବୁଠି ପ୍ରଶଂସା ଭାଜନ ହୋଇଛନ୍ତି । ଦୁଇ ବର୍ଷ ପୂର୍ବରୁ ସିନିୟର ଏସସିଏସ ପଦକୁ ପଦୋନ୍ନତି ପାଇ ମଧ୍ୟ ଏ ପଦବୀକୁ ସେ ପ୍ରତ୍ୟାଖାନ କରି ନିଜ ସହରର ଝିଅମାନଙ୍କ ଉତ୍ତମ କ୍ୟାରିୟର ଗଠନ ଓ ଭଲ ମଣିଷ କରି ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ । ତାଙ୍କ ନିଷ୍ଠା, ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ପାଇଁ ଶ୍ରୀମତୀ ବହିଦାରଙ୍କୁ ପ୍ରତି ସ୍କୁଲରେ ତାଙ୍କୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱମାନ ପ୍ରଦାନ କରାଯାଉଥିଲା । ସେ ସବୁ ଦାୟିତ୍ୱ କୁ ମଧ୍ୟ ସଠିକ ଭାବେ ପରିଚାଳନା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ସାଙ୍ଗକୁ ସହକର୍ମୀମାନଙ୍କ ପାଇଁ ଉଦାହରଣ ହୋଇ ରହିଥିଲେ । ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ସାଜିଥିବା ବେଳେ ତାଙ୍କ ଅବସର ପରେ ଏହି ବିଦ୍ୟାଳୟ ଜଣେ ଆଦର୍ଶ ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତିକୁ ସବୁବେଳେ ଅନୁଭବ କରିବ ବୋଲି ତାଙ୍କର ସହକର୍ମୀ ତଥା ଅଭିଭାବକ ମହଲରେ ମତପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

4 + one =