ଗୁଜରାଟର ରଜକୋଟକୁ ଦାଦନ ଖଟିବାକୁ ଯାଇ ମିଲନ ନାୟକ ନିଖୋଜ

0 152

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଯେଉଁଠାରେ ନାହିଁ କୌଣସି ଖଣି ଖାଦାନ କି ବଡ଼ କମ୍ପାନୀ,ଯେଉଁଠାରେ ଲୋକେ ଶ୍ରମିକ ଭାବରେ ରହି କାମକରି ରୋଜଗାର କରିବେ ଓ ଜୀବିକା ନିର୍ବାହ କରିବେ । ଏହିପରି ସ୍ଥଳେ ଅଞ୍ଚଳର ବହୁ ଯୁବା ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଅନେକ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିପରି ଏକ ଘଟଣା ସାମନାକୁ ଆସିଛି ସୂଚନା ଅନୁସାରେ ଦାଦନ ଖଟିବାକୁ ଗୁଜରାଟ ରାଜ୍ୟର ରଜକୋଟ ଯାଇଥିଲେ କିନ୍ତୁ ଆଉ ଫେରିଲେ ନାହିଁ ମିଲନ ନାୟକ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର କାଣ୍ଡାମୀ ଗ୍ରାମର ମିଲନ ନାୟକ ଦାଦନ ଖଟିବାକୁ ଯାଇଥିଲେ ରାଜକୋଟ । ସେହି ସ୍ଥାନରୁ ସେ କୁଆଡେ ଉଭେଇ ଗଲେ ତାହା ଜଣା ପଡୁନାହିଁ । ତାଙ୍କ ସହିତ ରହୁଥିବା ସାଙ୍ଗ ମାନେ ଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ଜଣାଇଲେ ଯେ ମିଲନ ଆମ ସହିତ କମ୍ପାନୀରେ ରହୁନାହାନ୍ତି । ଖବର ପାଇ ମିଳନ ନାୟକଙ୍କ ପରିବାର ରାଜକୋଟ ପହଞ୍ଚିଥିଲେ କିନ୍ତୁ କୁଆଡେ ବା ଖୋଜିବେ ଗରିବ ପରିବାର, ପାଖରେ ଅଳ୍ପ ପଇସା,ତଥାପି ଖୋଜିବାକୁ ଚେଷ୍ଟା କଲେ କିନ୍ତୁ ପାଇଲେ ନାହିଁ । ଶେଷରେ ଚିନ୍ତା କରି ଦ୍ୱାରସ୍ତ ହେଲେ ରାଜକୋଟ ପୋଲିସ ଷ୍ଟେସନରେ । ରାଜକୋଟ ପୋଲିସ ଥାନାରେ ଲିଖିତ ଅଭିଯୋଗ କଲେ । ରାଜକୋଟ ପୋଲିସ କହିଛନ୍ତି ଯେ ଆମେ ତୁମ ଲୋକଙ୍କୁ ଖୋଜି ବାହାର କରିବା ପରେ ଜଣାଇବୁ, ଆପଣ ମାନେ ଓଡ଼ିଶା ଫେରି ଯାଆନ୍ତୁ । ମିଲନଙ୍କ ପରିବାର ସେହି ରାଜକୋଟ ପୋଲିସର ଭରଷାରେ ନିଜ ଗ୍ରାମ କାଣ୍ଡାମିକୁ ଫେରି ଆସିଲେ । ଏହିପରି ଅବସ୍ଥାରେ ଦିନ ପରେ ଦିନ ବିତିଗଲା କିନ୍ତୁ ମିଳନ ନାୟକର କୌଣସି ସୁରାକ ପୋଲିସ ପାଇପାରିଲା ନାହିଁ । ରାଜକୋଟ ପୋଲିସ ମିଲନ ପରିବାରର ଲିଖିତ ଅଭିଯୋଗ ଆଧାରରେ ଖୋଜିଲେ ନା ନାହିଁ ତାହା ଏବେ ରଜକୋଟ ପୋଲିସର କର୍ତ୍ତବ୍ୟ ଉପରେ ପ୍ରଶ୍ନବାଚୀ । କିଛି ଦିନ ବ୍ୟବଧାନ ପରେ ପୁଣି ତୁମୁଡ଼ିବନ୍ଧ ଥାନାରେ ମିଲନ ନାୟକଙ୍କ ପରିବାର ଅନୁରୋଧ କଲେ ଓ ତାଙ୍କର ପରିଚୟ ପ୍ରଦାନ ପୂର୍ବକ ଫଟୋ ଓ କିଛି ନମୁନା ଦେଲେ ଯେ ସେ ଦେଖିବାକୁ କେମିତି? ପୋଲିସର ନିର୍ଦ୍ଦେଶ କ୍ରମେ ପରିବାର ଲୋକ ମିଲନଙ୍କର କିଛି ଚିହ୍ନ ବର୍ଣ୍ଣ ପ୍ରକାଶ କରିଛନ୍ତି ଯାହାକି ମିଲନ ଲମ୍ବା ଚୁଟି ଛାଡ଼ିଛନ୍ତି ସେ ଦେଖିବାକୁ ପତଳା କେହି ଯଦି କେଉଁଠି ଦେଖନ୍ତି ଆପଣ ମାନେ ଚିହ୍ନଟ କରି ଏହି ନମ୍ବରରେ ୮୮୨୫୫୭୬୭୪୪ ରେ ଯୋଗଯୋଗ କରନ୍ତୁ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯଦି ଗରିବ ନିରୀହ ଲୋକ ଟଙ୍କା ଯୋଗାଡ କରି ରାଜକୋଟ ଯାଇ ମିଲନଙ୍କୁ ଖୋଜିବା ପାଇଁ ପ୍ରୟାସ କଲେ ଓ ନିରାଶ ପରେ ପୋଲିସର ସହାୟତା ନେଲେ,କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲିସ ଶୋଇଛନ୍ତି ଘୋର ନିଦ୍ରାରେ । ପୋଲିସ ଖୋଜିଲା ନା ନାହିଁ ପାଇଲେ କି ନାହିଁ ସେ ବିଷୟରେ ନଜଣେଇବା ଫଳରେ ପରିବାର ଲୋକ ବ୍ୟସ୍ତ ହେଉଥିବା କହିଛନ୍ତି । ପୋଲିସ ଫୋନ୍‌ ଅପେକ୍ଷାରେ ମିଲନର ପରିବାର । ଦେଖିବାକୁ ବାକି ରହିଲା ଦାଦନ ଖଟିବାକୁ ଯାଇଥିବା ମିଲନ ନାୟକଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ କେତେ ସଫଳ ହେଉଛି । ସେପଟେ ପରିବାର ମଧ୍ୟ ଫୋନ୍‌ ନମ୍ୱର୍‌ ଦେଇ ପରିଚୟ କହି ଅପେକ୍ଷାରେ ରହିଛନ୍ତି କେବେ ଫୋନ୍‌ ଆସିବ, ମିଲନ ମିଳିଗଲା ବୋଲି.. ।

hiranchal ad1
Leave A Reply

Your email address will not be published.

twenty − 18 =