ସୁବର୍ଣ୍ଣପୁର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣମା ଅବସରରେ ଏକ ସାରସ୍ୱତ ରିତିରିବାଜର ଉତ୍ସବ “ତସ୍ମୈଶ୍ରୀ” କାର୍ଯ୍ୟକ୍ରମ ପଏଁରୀ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରଙ୍କର ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଶା ଭାବରେ ଆପଣେଇ ନେଇଥିବା ପ୍ରବୀଣ କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ପୂଜ୍ୟପୂଜା କରାଯାଇଥିଲା । କଳା କ୍ଷେତ୍ରରେ ଗୁରୁଶ୍ରୀ ଗଣେଶରାମ ମିଶ୍ର, ସୁବର୍ଣ୍ଣପୁର ଓ ଗୁରୁଶ୍ରୀ ଜଗନ୍ନାଥ ପାତ୍ର, ସୁବର୍ଣ୍ଣପୁର, ନାଟକ କ୍ଷେତ୍ରରେ ଗୁରୁଶ୍ରୀ ଗଦାଧର ବାରିକ, ସୁବର୍ଣ୍ଣପୁର, ସଂଗୀତ କ୍ଷେତ୍ରରେ ଗୁରୁଶ୍ରୀ ଗୋକୁଳ ମାଝି, ବାସୁଦେବପୁର, ନୃତ୍ୟ କ୍ଷେତ୍ରରେ ଗୁରୁଶ୍ରୀ ଭୁଷଣ ଦେହୁରୀ ମେଣ୍ଡାମାଳଙ୍କୁ “ତସ୍ମୈଶ୍ରୀ ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା । ପ୍ରଥମେ କୋଷାଧକ୍ଷ ସୁଶାନ୍ତ ସାହୁ ସ୍ୱାଗତ କରିବା ସହିତ କଣ୍ଠଶିଳ୍ପୀ ହରିଓଁ କୁଶଳ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ଓ ବ୍ରଜମୋହନ ଦାନୀ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ଏହା ଗୋଟିଏ ଔତିହାସିକ ଗୁରୁଶିଷ୍ୟ ପମ୍ପପରାର ନିର୍ଦ୍ଦଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ସ୍ତମ୍ବକାର ଓ ସମ୍ବାଦ ପାଠକ ଘାସିରାମ ପଣ୍ଡା ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି ଗୁରୁ ଶିଷ୍ୟର ଅନାବିଳ ସଂର୍ପକ କିପରି ରହିବା କଥା ସେ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସହ- ସଂପାଦକ ପୃଥିରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଦସ୍ୟ ଗୋପାଳ ମେହେର, ପ୍ରଫୁଲ୍ଲ ନାଏକ, ସନ୍ତୋଷ ପାଢୀ, ଅମିତ ସାହୁ, ଗୌରୀଶଂକର ରଥ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଥିଲେ । କଳାକାର ମାଧବ ଭୋଇ, ଅରୁଣ ମେହେର, ଶୁକ୍ରୁ ବେହେରା, ଭଜନ କୁମ୍ଭାର ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।