ଖଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଶିକ୍ଷକ ମଣ୍ଡଳୀର ବୈଠକ

0 123

ଖଲିକୋଟ : ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ଖଲିକୋଟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ଅସିତ କୁମାର ପଟ୍ଟନାୟକ, ଡ. ରେବତୀ କାନ୍ତ ମହାରଣା, କାଳୀ ଚରଣ ପାଢୀ, ପ୍ରିୟରଞ୍ଜନ ସାମନ୍ତ ତଥା ଅନ୍ୟାନ୍ୟ ସଭ୍ୟ ମାନଙ୍କ ସହିତ ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀର ଏକ ବୈଠକ ଅଧ୍ୟକ୍ଷ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଓଡିଶା ସରକାରଙ୍କ “ମୋ କଲେଜ ଅଭିଯାନ’ର ସଫଳ କାର୍ଯ୍ୟକ୍ରମ ଓ ଆଲୁମିନାଇର ଭୂମିକା ବିଷୟରେ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ ଆଲୋଚନା କରିଥିଲେ । ଏଥିରେ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା ଓ ତଦନୁଯାୟୀ ପୁରାତନ ଛାତ୍ର ସଂସଦର ସଭାପତି ଓ ସାଧାରଣ ସଂପାଦକଙ୍କୁ ଆଲୁମିନାଇ କାର୍ଯ୍ୟାଳୟ ନିମନ୍ତେ ନିର୍ଦ୍ଧାରିତ ଏକ ଗୃହର ଚାବି ହସ୍ତାନ୍ତର କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଶିଷ୍ଟ ଚିତ୍ର ଶିଳ୍ପୀ ପ୍ରମୋଦ କୁମାର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଦାସ, ବିପିନଚନ୍ଦ୍ର ସେଠୀ, ତ୍ରୀନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଚିତ୍ର ଶିଳ୍ପୀ ନିଗମାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =