ବଢିଲା ବସ୍‌ ଭଡା, ଜାଣନ୍ତୁ କେତେ

0 102

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍‌ ଭଡା । ତୈଳଦର ବଢୁଥିବାରୁ ରାଜ୍ୟ ସରକାର ବସ ଭଡା ବଢାଇଛନ୍ତି । ଅର୍ଡିନାରୀ ବସ ଭଡା କି.ମି ପିଛା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡା କି.ମି ପିଛା ୧.୨୫ ପଇସାରୁ ୧.୩୧ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ଭଡା କି.ମି ପିଛା ୧ଟଙ୍କା ୫୩ ପଇସାରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ଭଡା ୨ଟଙ୍କା ୩୮ ପଇସାରୁ ୨ଟଙ୍କା ୪୭କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବସ୍‌ ଭଡା ବୃଦ୍ଧି ନେଇ ଘରୋଇ ମାଲିକ ସଂଘ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × four =