ନବରଙ୍ଗପୁର ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ

0 186

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଏସପି ଭାବେ ୨୦୧୮ ଆଇପିଏସ ବ୍ୟାଚର ଏସ. ସୁଶ୍ରୀ ଆଜି ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲ୍ଲା ଏସପି ଅଫିସ ଠାରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଜିଲ୍ଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରଖିବେ, ଯେହେତୁ ନବରଙ୍ଗପୁର ଏକ ଶାନ୍ତପୂର୍ଣ୍ଣ ଜିଲ୍ଲା, ଏଠାକାର ସମସ୍ତ ଅଭିଯୋଗ ଶୁଣାଣି ପରେ ତୁରନ୍ତ ତା ଉପରେ କାର୍ଯ୍ୟ କରିବେ । ସହରର ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସୁଧାରିବାକୁ ପଡ଼ିବ । ଆହୁରି କହିଛନ୍ତି, ଶିଶୁ ମହିଳା ଓ ବରିଷ୍ଠ ନାଗରିକଙ୍କ ସୁବିଧା ଦିଗରେ ବିଶେଷ ଧ୍ୟାନ ଦିଆଯିବ । ସବୁ ଗୋଷ୍ଠୀ, ଜିଲ୍ଳା ପ୍ରଶାସନ, ନିର୍ବାଚିତ ଜନ ପ୍ରତିନିଧି, ସାମ୍ୱାଦିକ ଓ ସବୁ ବର୍ଗଙ୍କ ସହଯୋଗ ଜିଲ୍ଲା ପୋଲିସ ସହ ରହିବା ଆବଶ୍ୟକ । ଜନସାଧାରଣଙ୍କ ସହ ସମନ୍ୱୟ ଓ ସଂପର୍କ ନିବିଡ଼ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 3 =