ବରିଷ୍ଠ ଓକିଲ ଦେଶବନ୍ଧୁ ପଣ୍ଡାଙ୍କ ବିୟୋଗ

0 81

ବୌଦ୍ଧ- ବୌଦ୍ଧ ଜିଲ୍ଲାର ଅନ୍ୟତମ ବରିଷ୍ଠ ଓକିଲ ଦେଶବନ୍ଧୁ ପଣ୍ଡା ଆଜି କଲିକତା ଠାରେ ଏକ ଘୋରଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି l ସେ ଗତ ୦୪.୦୮.୨୦୨୫ ତାରିଖରୁ ସେଠାରେ ଚିକିତ୍ସିତ ହେଉଥିଲେ l ଶ୍ରୀ ପଣ୍ଡା ୧୯୭୪ ମସିହାରୁ ତାଙ୍କର ଓକିଲାତି ପେଶା ଆରମ୍ଭ କରିଥିଲେ l ୨୦୦୨ ମସିହାରେ ବୌଦ୍ଧ ସିଭିଲ ଓ କ୍ରିମିନାଲ କୋର୍ଟ ଓକିଲ ସଂଘ ଗଠିତ ହେବା ପରେ ସଂଘର ପ୍ରଥମ ସଭାପତି ଭାବେ ସେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ପୂର୍ବରୁ ୧୯୯୫ ମସିହାରେ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଓକିଲ ଏବଂ ତାଙ୍କର ଜଣାଶୁଣା ମହଲରେ ଶକୋର ଛାୟା ଖେଳି ଯାଇଛି l ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

seven − four =