ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଓ ପରିଚୟ ପତ୍ର ବଣ୍ଟନ

0 57

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଓ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ ସ୍ୱାସ୍ଥ୍ୟ ଶିବିରକୁ ଶୁଭ ଉଦଘାଟନ କରିଛନ୍ତି । ଏହି ଶିବିରରେ ୮୧ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରିବା ସହିତ ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ପରେ ଶିଶୁ ବନ୍ଧୁତା ପୋଲିସ ଷ୍ଟେସନର ଶୁଭ ଉଦଘାଟନ ଏବଂ ଏକ ଶିଶୁ ପାର୍କ ଗଜପତି ଏସ ପି ଜୟରାମ ଶତପଥୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଏସଡିପିଓ ରାମକୃଷ୍ଣ ପତି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀକାକୁଲମ ଜେମସ ହସ୍ପିଟାଲରୁ ଡାକ୍ତର ଓ ନର୍ସ ପ୍ରମୁଖ ଉପସ୍ଥିତ ରହି ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ସେବା କରିଥିଲେ । ୨୬୦ ଜଣ ପଞ୍ଜିକୃତ କରି ସ୍ୱାସ୍ଥ୍ୟସେବା ପାଇଥିଲେ । ପୋଲିସର ଏହିଭଳି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =