କଣ୍ଟାମାଳରେ କ୍ଷୁଦ୍ର ନିଯୁକ୍ତି ମେଳା, ୪୧୭ ଆବେଦନକାରୀ ନିଜ ନାମ ପଞ୍ଜିକୃତ କଲେ

0 334

କଣ୍ଟାମାଳ : କଣ୍ଟାମାଳ ବ୍ଲକ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ ସହଯୋଗରେ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କ୍ଷୁଦ୍ର ନିଯୁକ୍ତି ସକାଳ ୧୦ ଘଣ୍ଟାଠାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬ ଟି ନିଯୁକ୍ତିଦାତା ଏବଂ ୧୫ଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ କୌଣସି କାମକୁ ଛୋଟ ନ ଭାବି ଆଗ୍ରହର ସହିତ କରିବା ଉଚିତ ବୋଲି ନିଜ ବକ୍ତବ୍ୟ ରଖିଥିଲେ । ଜ଼ିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ଏହି ମେଳାର ଆଭିମୁଖ୍ୟ, ନିଯୁକ୍ତିଦାତା ଏବଂ ତାଲିମ ପ୍ରଦାନକାରୀ ସଂସ୍ଥା ବିଷୟରେ ବକ୍ତବ୍ୟ ରଖିଥିଲେ । କଣ୍ଟାମାଳ ସିଡିପିଓ ଜ୍ୟୋସ୍ନା ରାଣୀ ପାଢ଼ୀ, ରାଜୀବ ଦାଶ ଏହି ମେଳାରେ ଯୋଗ ଦେଇ ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଣ୍ଟାମାଳ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପୌଲସ୍ତି ପ୍ରଧାନ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୪୧୭ ଟି ଆବେଦନକାରୀ ନିଜ ନାମ ପଞ୍ଜିକୃତ କରିଥିଲେ । ଏତଦ ବ୍ୟତୀତ ପାଖଆଖ ଅଂଚଳର ବହୁ ଯୁବକଯୁବତୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × four =