ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

0 139

ବୌଦ୍ଧ:-ବୌଦ୍ଧ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ ମାନଙ୍କର ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲପାଳ, ଜିଲ୍ଲା ଶିକ୍ଷଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି l ଶିକ୍ଷକ ମାନଙ୍କର ଦୀର୍ଘ ଦିନର ଦାବୀ 6ଟି ଇନସ୍କ୍ରିମେଣ୍ଟ ସହିତ 6 ବର୍ଷର କଣ୍ଟାକଚୁଆଲ ପିରିୟଡ଼କୁ ମୂଳ ଚାକିରୀରେ ଗଣନା କରିବା l 4200 ଗ୍ରେଡ଼ପେ ପ୍ରଦାନ କରିବା, ଦୁଇବର୍ଷ ଧରି ବନ୍ଦ ଥିବା ପଦନ୍ନୋତିକୁ କାର୍ଯ୍ୟକାରୀ କରିବା, ବିଦ୍ୟାଳୟ ମାନଙ୍କରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବା, ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି, କଣ୍ଟାକଚୁଆଲ ନିଯୁକ୍ତି ଉଛେଦ ସହିତ ୟୁ ଏ ଏସ ପୋର୍ଟାଲକୁ ଉଛେଦ କରିବା ଏବଂ ପୁରଣା ପେନସନକୁ ଲାଗୁକରିବାକୁ ଦାବୀ କରାଯାଇଛି l ବୌଦ୍ଧ ଟାଉନହଲ ଠାରୁ ଜିଲ୍ଲା ଶିକ୍ଷା ଧିକାରୀଙ୍କ କାର୍ଯ୍ୟାଳୟ ଦେଇ ଜିଲ୍ଲପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶିକ୍ଷକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଶୋଭାଯାତ୍ରା ରେ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରଧାନ, ସାଧୁ ଚରଣ ଦେହୁରୀ, କୁମୁଦ ଚନ୍ଦ୍ର ପ୍ରଧାନ, ଆଲୋକ ମେହେର, ଶିଶିର ଖଟୁଆ, ଶମ୍ଭୁ ଗିରି, ମହେଶ କୁମାର ସେଠୀ, ରାଜକୁମାର ପ୍ରଧାନ, ହୃଦାନନ୍ଦ ପ୍ରଧାନ, ଉତ୍ତମ ନାୟକ, ଅଶୋକ ଘିବେଲା, ବସନ୍ତ ବିଶ୍ୱାଳ, ପ୍ରଜିଣା ପାଢ଼ୀ, ନିରାକାର ସାହୁ, ଅନିତା ହୋତା, ପଦ୍ମନାଭ ପ୍ରଧାନ, ସୁଶାନ୍ତ ପ୍ରଧାନ, ନାରାୟଣ ସାହୁ, ଯୁଧିଷ୍ଠିର କହଁର, ବିଶ୍ଵାମିତ୍ର କହଁର, ସୁଶୀଲ ତ୍ରିପାଠୀ, ବିଜୟ କୁମାର ସାହୁ, ସୁରେନ୍ଦ୍ର ସାହୁଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ l

hiranchal ad1
Leave A Reply

Your email address will not be published.

2 × three =