ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ନିମନ୍ତେ ତହସିଲଦାର ଓ ଏନଏସି ଅଧ୍ୟକ୍ଷା

0 121

ଘୁ. ଉଦୟଗିରି : ଘୁ. ଉଦୟଗିରି ଅଞ୍ଚଳ ନିମନ୍ତେ ବହୁବର୍ଷର ଆବଶ୍ୟକତା ବାଇପାସ୍‌ ରୋଡ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ କିଛି ଦିନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିବା ସହ ସବୁଜ ସଙ୍କେତ ଦେବା ପରେ ଆଜି ସ୍ଥାନୀୟ ତହସିଲଦାର ସୁଭ୍ରାଂଜଳି ପ୍ରଧାନ, ଆର ଆଇ, ଅମିନ ଓ ଅନ୍ୟ କର୍ମଚାରୀଙ୍କ ସହ ବାଇପାସ୍‌ ରୋଡ ସ୍ଥାନ ନିରୂପଣ ନିମନ୍ତେ ଯାଇଥିବା ଦେଖିବାକୁ ମିଳିଛି । ଘୁ. ଉଦୟଗିରି ନିମନ୍ତେ ବାଇପାସ୍‌ ରାସ୍ତାଟି ସ୍ଥାନୀୟ ପଦାସାହି ଠାରୁ ନୂତନ ବସ ଷ୍ଟାଣ୍ଡ ଏବଂ ସେଠାରୁ ଶ୍ରୀରାମପଦା, କିରାମହା ଦେଇ ଶ୍ରୀକଲା ଠାରେ ଯୋଜନା ଅନୁସାରେ ସଂଯୋଗ ହେବାକୁ ରହିଛି । ଏହି କ୍ରମରେ ଆଜି ନିଜେ ତହସିଲଦାର ନିଜ କର୍ମଚାରୀଙ୍କୁ ନେଇ ମାନଚିତ୍ର ଦେଖି ସ୍ଥାନ ନିରୂପଣ କରୁଥିବା ସହ କିପରି ଅତିଶିଘ୍ର ବାଇପାସ୍‌ ରାସ୍ତା ନିର୍ମାଣ ହୋଇପାରିବ ତାର ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ନଗର ବିଜୁ ଜନତା ଦଳର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ଉପସଭାପତି ଏମଡି ଆଲମାସ୍‌, ପ୍ରକାଶ ଚନ୍ଦ୍ର ରଥ, ସ୍ଥାନୀୟ ସମିତି ଉପାଧ୍ୟକ୍ଷ ଏନ୍‌ ଲୁକ୍‌, ରଟିଙ୍ଗିଆ ସରପଞ୍ଚ ବିଶ୍ନୁଦେବ ପ୍ରଧାନ, କଳିଙ୍ଗା ସମିତି ସଭ୍ୟ ମାଲ୍ୟବନ୍ତ କହଁର ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ଅଞ୍ଚଳବାସୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ଓ ପ୍ରଶାସନର ଏପରି ତତ୍ପରତା ଦେଖି ଘୁ. ଉଦୟଗିରି ସହର ନିମନ୍ତେ ବାଇପାସ୍‌ ରୋଡ ନିର୍ମାଣ ସ୍ୱପ୍ନ ଅତିଶୀଘ୍ର ପୂରଣ ହୋଇପାରିବ ଓ ଅଞ୍ଚଳର ବିକାଶ ହୋଇପାରିବ ଅନୁଭବ କରି ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ଅପେକ୍ଷା ରହିଲା କେବେ,କେଉଁଦିନ ସହର ଓ ଅଞ୍ଚଳର ବିକାଶ ନିମନ୍ତେ ଶୁଭକାର୍ଯ୍ୟର ଶୁଭାରମ୍ଭ ହେବ ।

hiranchal ad1
Leave A Reply

Your email address will not be published.

five × one =