ଖପ୍ରାଖୋଲ ପଞ୍ଚାୟତକୁ ଚାଷୀଙ୍କ କୃଷି ବୀମା ଟଙ୍କା ନ ମିଳିବାରୁ ତହସିଲ ଅଫିସ ଘେରାଉ

0 53

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ଗତ ୨୦୨୦/୨୧ ବର୍ଷରେ ଭୟାବହ ମରୁଡି ଦେଖା ଦେଇଥିଲା । ଚାଷୀମାନେ କୃଷି ବୀମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ପାଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଲୋକେ ଋଣ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ପୁଣିଥରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଗତବର୍ଷ ଚାଷୀ ବୀମା ଟଙ୍କା ପାଇ ନଥିବାରୁ ଆଜି ଖପ୍ରାଖୋଲ ଅଞ୍ଚଳର ଚାଷୀମାନେ ନରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ସେମାନଙ୍କର ଦାବୀ ପାଇଁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିରେ ସମ୍ପୂର୍ଣ୍ଣ ଖପ୍ରାଖୋଲ ପଞ୍ଚାୟତକୁ ମରୁଡି ଘୋଷଣା, ୨୦୨୧ ଖରିଫ ଋତୁରେ କୃଷିବୀମା ଶୀଘ୍ର ପ୍ରଦାନ ଓ କୃଷି ଋଣ ଛାଡ କରାଯିବାକୁ ଉଲ୍ଲେଖ କରାଯାଇଛି । ଏଥିସହିତ ସରକାରୀ ମୂଲ୍ୟରେ ସାର ଓ ବିହନ ଯୋଗାଇ ଦିଆଯାଉ ବୋଲି ପାଞ୍ଚ ଦଫା ଦାବି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ସମୟରେ ମହନ ସୁନା, ଉପେନ୍ଦ୍ର ଭୋଇ, ତାପସ ରଞ୍ଜନ ବେହେରା, ବୃନ୍ଦାବନ ବାରିକ, ଧନିରାମ ଭୋଇ ଓ ବନମାଳୀ ପ୍ରଧାନ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 − 5 =