ମୁମ୍ବାଇ: ବର୍ଷାରେ ଉବୁଟୁବୁ ମାୟାନଗରୀ। ଭାସୁଛୁ ମୁମ୍ବାଇ, ଯୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। କେଉଁଠି ବସ୍ ଭାସୁଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଯାତାୟତ ଏକ ପ୍ରକାର ଠପ୍ ହୋଇପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ଆହୁରି ୪ ଦିନ ଯାଏଁ ମହାରାଷ୍ଟ୍ରରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ସୋମବାର ମୁମ୍ବାଇର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଚାରିଆଡ଼ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଟ୍ରେନ୍ଗୁଡ଼ିକ ଧୀର ମନ୍ଥର ଗତିରେ ଚାଲୁଛି। ଫଳରେ ସିଏସ୍ଏମ୍ଟି-ଥାନେ ସେକ୍ସନର କିଛି ଟ୍ରେନ୍ଗୁଡ଼ିକ ୧୦-୧୫ ମିନିଟ୍ ବିଳମ୍ବରେ ଚାଲୁଛି।