ପାଟଣାଗଡ଼ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର

0 155

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ନିତିନ କୁଶଳକର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ସିଂ ଉପସ୍ଥିତ ରହି ଲୋକମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ । ଏହି ଯୁଗ୍ମ ଶୁଣାଣି ରେ ଆସିଥିବା ମୋଟ ୮୫ଟି ଅଭିଯୋଗ ଦରଖାସ୍ତ ଭିତରୁ ଜିଲ୍ଲାପାଳ ତୁରନ୍ତ ୧୩ ଟି ସମସ୍ୟାର ସମାଧାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡ଼ିକୁ ବିଚାର କରି ଶୀଘ୍ର କରି ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଟଣାଗଡ଼ ବ୍ଳକ ୩୦ଟି ପଞ୍ଚାୟତର ଜନସାଧାରଣ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଆସିଥିଲେ । ସେଥିମଧ୍ୟରୁ ରହିଥିଲା ଚିକିତ୍ସା ସେବା, ଭତ୍ତା, ରାସ୍ତାଘାଟ, ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ବୀମା ରାଶି, ଆଧାର କାର୍ଡ, ପାନୀୟଜଳ ଆଦି ସମସ୍ୟା ମଧ୍ୟରୁ ୭୨ ଟି ବ୍ୟକ୍ତିଗତ, ୧୮ ଟି ସାମୂହିକ ସମସ୍ୟା ତତକ୍ଷଣାତ ସମାଧାନ, ୧ ଟି ରେଡକ୍ରସ ରହିଥିବା ବେଳେ ଏସପି ନିତିନ କୁଶଳକର ସାମାଜିକ ସୁରକ୍ଷା ଯୋଜନାରୁ ବେହେରାବନ୍ଦ, ଘୁଚେପାଲି ଦିବ୍ୟାଙ୍ଗ ଦିପା ଛତ୍ରିଆ ଏବଂ ଦିପିକା ଛତ୍ରିଆଙ୍କ ହୁଇଲଚେୟାର, ଘୁଚେପାଲି ଗାଁ ର ଦିବ୍ୟାଙ୍ଗ ରୋଜି ମେହେର ଓ,ରାମପୁର ର ଦିପକମେହେର ଙ୍କୁ ସିପି ଚେୟାର ଓ ଏମବିପିୱ ।ଇ-ଡିପି ଯୋଜନାରେ ରୋଜି ମେହେର ଓ ସାଲେପାଲି ପଞ୍ଚାୟତ କର୍ଲାମାଲ ସାବିତ୍ରି ତାଣ୍ଡି ଙ୍କ ଅନୁମୋଦନ ଭତ୍ତା ପ୍ରଦାନ କରିଥିଲେ । ଏହା ସହ ପାଟଣାଗଡ଼ ବ୍ଳକ ଉଲବା ଗାଁର ଅନିତା ମେହେର ଙ୍କ ଅଧିକ ଚିକିତ୍ସା ସେବା ପାଇଁ ସହାୟତା ରାଶି ଲାଗି ଜିଲ୍ଲା ପ୍ରଶାସନ କରିଥିଲେ ତାକୁ ପ୍ରଶାସନ ପକ୍ଷରୁ ମାଗାଣାରେ ସ୍ମାର୍ଟ ସ୍କେନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦିଲିପ ତାଣ୍ଡି ଓ ଚାନ୍ଦିନୀ ବାଗ , ଭରଦ୍ୱାଜ ମେହେର ଓ ଗୁଲାପି ମେହେରଙ୍କୁ ବିବାହ ସହାୟତା ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ କୁଇବାହାଲ , ସମରସିଂହା ଗ୍ରାମର ବହ୍ଲବୀ ଛୁରା ଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ତେଣ୍ଡାପଦର ଗ୍ରାମର ସଂଜୀବ କୁମାର ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା ଜନ ଶୁଣାଣି ସମୟ ରେ ସମାଧାନ କରାଯାଇଥିଲେ । ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପାଟଣାଗଡ ବିଡିଓ ନୀଳମାଧବ ସୁନା, ବିଏସଏସଓ କମଳାକାନ୍ତ ବାରିକ ,ପିଡି ,ଡିଆରଡିଏ ,ଡିଏଫ ଓ ତହସିଲଦାର ଡ଼ ପୁଷ୍ପାଞ୍ଜଳୀ ପଣ୍ଡା,ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ର ଚନ୍ଦ୍ର ସାହୁ, ଉପଖଣ୍ଡ ଚିକିତ୍ସା ଅଧିକାରୀ,ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା,ଲୋକ ସୂଚନା ଅଧିକାରି ସଞ୍ଜିବ ମହାନ୍ତିଙ୍କ ସମେତ ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 2 =