ପଖାଳ ଖାଇଲେ, ଶୁଭେଚ୍ଛା ଜଣାଇଲେ

0 82

ଭୁବନେଶ୍ୱର: ଆଜି ହେଉଛି ପଖାଳ ଦିବସ । ଓଡିଆଙ୍କ ପ୍ରିୟଖାଦ୍ୟ ପଖାଳ ଓ ପିଆଜ ବୋଲି ଜଣାଶୁଣା । ତେବେ ଗତ କିଛି ବର୍ଷ ଧରି ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଆଜି ଓଡିଶାବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଥିବା ଗୋଟେ ଛୋଟ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଡାନିଂ ଟେବୁଲ ଉପରେ କଦଳୀପତ୍ର ଓ କଂସା ବାସନରେ ପରସା ଯାଇଥିବା ଦହି ପଖାଳ, ପୋଟଳ ଭଜା, ସଜନା ଛୁଇଁ ଭଜା, ବଡିଶାଗ, କଲରା ଚିପ୍ସ୍‌ ଓ ଚୁନାମାଛ ଭଜା ଖାଉଥିବାର ଦୃଶ୍ୟ ଭିଡିଓରୁ ଦେଖାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚୁନାମାଛ ଖାଉଥିବା ବେଳେ କହୁଛନ୍ତି ପଖାଳ ମୋର ପସନ୍ଦ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓ ଟି ଏବେ ଭାଇରାଲ ହୋଇଥିବା ବେଳେ ପଖାଳ ଦିବସର ମହତକୁ ବଢାଇ ଦେଇଛି ।

hiranchal ad1
Leave A Reply

Your email address will not be published.

four × 4 =