ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଖଣ୍ଡପଡ଼ା ଗସ୍ତ

0 163

ଦଶପଲ୍ଲା : – ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ ଦାନରେ ସନ୍ତୁଷ୍ଟ ରହିବା ଓ ବର୍ତ୍ତମାନ ସମୟର ସଦ୍‌ ବ୍ୟବହାର କରିବା ପାଇଁ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ସିଂ ମର୍ଦ୍ଦରାଜ ଯୋଗଦେଇଥିଲେ । ସମ୍ମାନିତ ଅତିଥ୍‌ ଭାବେ ଡ. ପ୍ରଶନ୍ନ କୁମାର ଶତପଥୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଦାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ସଭା ଶେଷରେ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ବିଶେଶାଙ୍କ “ସୁଧା” ପତ୍ରିକାର ଉନ୍ମୋଚନ ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଥିଲା । ଏଥିସହିତ ପୁସ୍ତକ ପ୍ଲାଟିନମ ପରିଚୟ-ପୂରାତନ ଛାତ୍ର ଦାଶ ବେନହୁର, ପେନ କିଲର-ପୂରାତନ ଛାତ୍ର ବିଶ୍ୱନାଥ ବେହେରା, କଥା କାଦମ୍ବରୀ – ପୂରାତନ ଛାତ୍ର କୁଳମଣି ଷଡ଼ଙ୍ଗୀଙ୍କ ଦ୍ୱାରା ରଚିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଭୁତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ଦ୍ୱାରା ଲିଖିତ ଖଣ୍ଡପଡ଼ା ଇତିହାସ ପୁସ୍ତକ ମହାମହୀମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

9 − 8 =